ପୌର ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିନି ପେନସନ ଅର୍ଥ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚଳିତ ମାସର ପେନସନ ଅର୍ଥ ମିଳି ନଥିବାରୁ ପେନ୍‍ସନ୍‍ ଅର୍ଥରେ ଚଳୁଥିବା ଏହି ବ୍ୟକ୍ତିମାନେ ଓ ତାଙ୍କ ପରିବାର ନାନାଦି ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। କର୍ମଚାରୀ ମାନେ ଏନେଇ ଗୁରୁବାରଦିନ ପୌରନିର୍ବାହୀ ଅଧିକାରୀଙ୍କୁ ଭେଟି ନିଜର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରତେକ ମାସର ୧ରୁ୫ତାରିଖ ଭିତରେ ଆସୁଥିବା ପେନସନ ପଇସା ଚଳିତ ମାସ ୨୦ତାରିଖ ସୁଦ୍ଧା ମିଳିନାହିଁ।ଫଳରେ ଉକ୍ତ ଅର୍ଥରେ ନିଜର ପରିବାର ଖର୍ଚ୍ଚ, ଔଷଧ ଖର୍ଚ୍ଚ ଓ ପିଲାଙ୍କ ପାଠପଢ଼ାରେ ନାହିଁନଥିବା ଅସୁବିଧା ଭୋଗ କରୁଥିବା ରବୀନ୍ଦ୍ର କୁମାର ସାହୁ,ଧୃବ ଚରଣ ମହାରଣା,କୁଳମଣି ସାହୁ,ପ୍ରଭାକର ପତିଙ୍କ ସମେତ ଅନେକ ଅବସର ପ୍ରାପ୍ତ ପୌରକର୍ମଚାରୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।ଅନ୍ୟପଟେ ଦୀର୍ଘଦିନ ହେବ ଅବସର ଗ୍ରହଣ କରିଥିବା ବହୁ କର୍ମଚାରୀଙ୍କର ପୁର୍ଣ୍ଣ ପେନସନ ଏଯାବତ୍‍ ହୋଇ ପାରୁନାହିଁ।

ପେନସନ ବାବଦରେ ଥିବା ବକେୟା ଅର୍ଥ ମଧ୍ୟ ମିଳୁନାହିଁ। ପୁର୍ଣ୍ଣ ପେନସନକୁ ଅପେକ୍ଷା କରିକରି କିଛି କର୍ମଚାରୀ ମଧ୍ୟ ମୃତ୍ୟୁ ବରଣ କଲେଣି।କର୍ମଚାରୀଙ୍କ ମଧ୍ୟରୁ ବହୁ ପେନସନ ଭୋଗୀ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଅଧା ପେନସନ ପାଇ ପରିବାର ଚଳାଇବା ସହିତ େଓøଷଧ ଖର୍ଚ୍ଚ କଷ୍ଟକର ହୋଇ ପଡ଼ୁଥିବା ରମେଶ ଚନ୍ଦ୍ର ବେହେରା,,ସୁରେଶ ଚନ୍ଦ୍ର ବେହେରା,ଧରଣୀଧର ବେହେରା ଓ ଦୁଖୀଶ୍ୟାମ ଶତପଥି ପ୍ରମୁଖ ଅବସରପ୍ରାପ୍ତ କର୍ମଚାରୀ ପ୍ରକାଶ କରିଛନ୍ତି।୨୦୦୭ମସିହାରୁ ପେନସନ ଫାଇଲ ଏଯାବତ୍‍ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରି ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଅବସରପ୍ରାପ୍ତ କର୍ମଚାରୀ ମାନେ ଅନୁରୋଧ କରିଛନ୍ତି।

Comments are closed.