ବ୍ୟାସକବିଙ୍କ ଜୟନ୍ତୀ ପାଳିତ

ଚୌଦ୍ୱାର: ଉତ୍କଳ ପୂଜନ ପରିଷଦ ଓ ବିବେକାନନ୍ଦ ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ବ୍ୟସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ପରିଷଦ ସଭାପତି କୈଳାସ ଚନ୍ଦ୍ର ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନସ କୁମାର ଦାସ, ଜନାର୍ଦ୍ଦନ ଦାସ, କୁଳମଣି ବେହେରା, ଦୀପ୍ତି ରଞ୍ଜନ ସାହୁ, ପଲ୍ଲବୀ ସାହୁ, ରଶ୍ମିତା ନାୟକ, ଅନାମ ବେହେରା, ହରିହର ନାୟକ, ଜୟଶ୍ରୀ ସାହୁ, ପ୍ରଶାନ୍ତ ଭୁୟାଁ ପ୍ରମୁଖ ବ୍ୟାସକବିଙ୍କ ସାରସ୍ୱତ ଜୀବନୀ ଉପରେ ଆଲୋଚନା କରିଥିଲେ। ସଂସଦ ସମ୍ପାଦକ ମାନସ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Comments are closed.