ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟର ବାର୍ଷିକୋତ୍ସବ

ଚୌଦ୍ୱାର: ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟର ନବମ ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି। ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଅନୁଷ୍ଠାନର ସମ୍ପାଦକ ଅଶ୍ୱିନୀ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଓଟିଏମ୍‍ କଲୋନୀରେ ପାଳିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିତ୍ରକାର ହେମନ୍ତ କୁମାର ମହାରଣା ଅତିଥି ଭାବେ ଯୋଗ ଦେଇ ଉତ୍ସବର ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ କୁଇଜ୍‍, ଚିତ୍ରାଙ୍କନ, ମୌଖିକ ଗଣିତ ଆଦି ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ପୁରସ୍କାର ବିତରଣ କରିଥିଲେ।ଭାସ୍କର ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।କୋଭିଡ଼ କଟକଣା ପାଳନ କରାଯାଇ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭୀମସେନ ବିଶ୍ୱାଳ, ସୁରେଶ ରାଉତରାୟ, ଟୁକୁ ପ୍ରଧାନ, ନିରଞ୍ଜନ ସାହୁ, ସୁଜିତ୍‍ ଦାସ, ମାନସ ପରିଡ଼ା, କାହ୍ନୁ ଚରଣ ଜେନା, ଦୀପକ ସେନାପତି, ବିଶ୍ୱରଞ୍ଜନ ସାହୁ, ଶଶାଙ୍କ ସୁନ୍ଦର ରାଉତଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କରୋନା କଟକଣା ହେତୁ ଚଳିତ ବର୍ଷ ଗଣଦୌଡ଼ କାର୍ଯ୍ୟକ୍ରମ ସ୍ଥଗିତ ରଖା ଯାଇଥିବା ଅନୁଷ୍ଠାନ କମକର୍ତ୍ତାଙ୍କ ସୁତ୍ରରୁ ପ୍ରକାଶ।

Comments are closed.