ମହିଳାମାନଙ୍କ ଦକ୍ଷତା ବିକାଶ ତାଲିମ ଶିବିର

ଚୌଦ୍ୱାର: ଚୌଦ୍ୱାର ପୌର ପାଳିକା ମୁକ୍ତା ସେଲ ଆନୁକୁଲ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟାମାନଙ୍କ ପାଇଁ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗାନ୍ଧୀଛକ ସ୍ଥିତ ପୌର ଟାଉନ୍‍ହଲରେ ୨ଦିନ ଧରି ଆୟୋଜିତ ଏଡି ଶିବିରକୁ ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ପୌରପାଳିକାର ୧୯ଟି ୱାର୍ଡ଼ରେ ଥିବା ସ୍ୱୟଂ ସହାୟକ ଗୋଷ୍ଠି ମହାସଂଘର ସଭାପତି ଓ ସମ୍ପାଦକଙ୍କ ସମେତ ଶତାଧିକ ମହିଳା ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ପୌର ଇଂଜିନିୟର ମହେଶ ପ୍ରସାଦ ମିଶ୍ର, ମୁକ୍ତାର ପ୍ରକଳ୍ପ ସଂଯୋଜିକା ବେବିକା ମହାନ୍ତି, ଇଂ ଅଭିପ୍ସା ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୌରାଞ୍ଚଳରେ ସରକାରଙ୍କ ଦ୍ୱାରା ପ୍ରଚଳିତ ମୁକ୍ତା ଯୋଜନାର ସଫଳ ରୂପାୟନ କରିବା ଦିଗରେ ମହିଳା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଶିବିରାର୍ଥୀ ମାନଙ୍କୁ ସୂଚନା ଦେବା ସହିତ ସ୍ୱାବଲମ୍ବି ହେବାପାଇଁ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ପ୍ରକଳ୍ପ ଓ ବ୍ୟବସାୟ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ମୁକ୍ତା ସେଲର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.