ଚୌଦ୍ୱାର ଯୁବ ବିଜେଡିର ସମୁହ ବିଶୋଧନ କାର୍ଯ୍ୟକ୍ରମ

ଚୌଦ୍ୱାର: ଓଡିଶା ମୋ ପରିବାରର ଜିଲ୍ଲା ଆବାହକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପରିଚାଳନାରେ ଚୌଦ୍ୱାର ପୌରପାଳିକାର ବିଭିନ୍ନ ସାହି ବସ୍ତିକୁ ଯୁବ ଓ ଛାତ୍ର ବିଜେଡି କର୍ମୀ ମାନଙ୍କ ଦ୍ୱାରା ବିଶୋଧନ କରାଯାଇଛି। ଦଳର କର୍ମୀ ମାନେ ଓଟିମ କଲୋନୀ, ଚୌଦ୍ୱାର ଗ୍ରାମ ଓ ପୌରପାଳିକାର ୭ ଏବଂ ୧୫ନଂ ୱାର୍ଡରେ ଘରକୁ ଘର ଯାଇ ମେସିନ୍‍ ସାହାଯ୍ୟରେ ବିଶୋଧନ କାର୍ଯ୍ୟ କରିଥିଲେ। ଛାତ୍ରନେତା ଭରତ ଚନ୍ଦ୍ର ସାହୁ, ଯୁବ ସଭାପତି ଅର୍ଜୁନ ପଣ୍ଟା, ରାଜରତନ ପରିଡା, ସୌମ୍ୟ ରଞ୍ଜନ ବେଉରା, ପ୍ରଭାତ ବେହେରା, ବିଭୁତି ଭୁଷଣ ବଡୁ, ରଜେଶ ସ୍ୱାଇଁ, ଶ୍ରୀଧର ରାଉତ, ଲକ୍ଷ୍ମୀ ପ୍ରୀୟା ପାଣି, ଗଣେଶ୍ୱର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଯୁବ ସଭାପତି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Comments are closed.