କାର୍ତ୍ତିକେଶ୍ୱର ଭସାଣିରେ ଗୋଷ୍ଠି ସଂଘର୍ଷ, ୫ ଆହତ

ଚୌଦ୍ୱାର: ଚୌଦ୍ୱାର ଥାନା ଟିପିଏମ ଫାଣ୍ଡୀ ଅନ୍ତର୍ଗତ ପାଇକରାପୁର ଗ୍ରାମରେ ୨ଗୋଷ୍ଠି ମଧ୍ୟରେ ମାଡପିଟ ହୋଇ ୫ଜଣ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୁଚନା ଅନୁଯାୟୀ ବୁଧବାର ଅପରାହ୍ନରେ ଗ୍ରାମର ଉପରସାହି କାର୍ତ୍ତିକେଶ୍ୱର ଠାକୁରଙ୍କ ଭସାଣି ପାଇଁ ଗ୍ରାମ ପରିକ୍ରମା କରୁଥିଲେ ସାହିପିଲା। ମେଢ ସେହି ଗ୍ରାମର ତଳସାହିରେ ପହଂଚିବା ପରେ କୌଣସି କାରଣକୁ ନେଇ ଆରମ୍ଭ ହୋଇଥିଲା ମାଡପିଟ। ଏଥରେ ଉଭୟ ସାହିର ୫ଜଣ ଆହତ ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା କରାଇବା ପାଇଁ ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ବିନା ପୋଲିସ ଅନୁମତିରେ ଏହି ଭସାଣି ହୋଇଥିବାରୁ ପୋଲିସ ସମସ୍ତ ସରଞ୍ଜାମ ଜବତ କରି ଥାନାରେ ଅଟକ ରଖିଛି। ପରିସ୍ଥିତକୁ ଶାନ୍ତ କରିବା ପାଇଁ ପାଇକରାପୁର ଗ୍ରାମରେ ପିସିଆର ଭ୍ୟାନ ପଇଁତରା ମାରୁଥିବା ବେଳେ ଉଭୟ ପକ୍ଷରୁ ୧୫ଜଣକୁ ଥାନାକୁ ଆଣି ପଚରାଉଚରା ଜାରୀ ରଖିଛି।

Comments are closed.