ଓଟିଏମ୍‍ ହାଇସ୍କୁଲରେ ସ୍ୱଚ୍ଛ ମିଶନ୍‍ ଓ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

ଚୌଦ୍ୱାର: ସ୍ଥାନୀୟ ଓଟିଏମ୍‍ ହାଇସ୍କୁଲର ଏନ୍‍.ସି.ସି ଉଇଙ୍ଗ ତରଫରୁ ସ୍ୱଚ୍ଛତା ମିଶନ୍‍ ଓ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ପ୍ରଧାନ ଶିକ୍ଷକ ମମତା ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୱାନ୍‍ ଓଡ଼ିଶା ଆଟ୍ରି ବ୍ୟାଟ୍ରି କଟକ ଶାଖା ଅଧିକାରୀ ଲେପ୍ଟନାଣ୍ଟ କର୍ଣ୍ଣେଲ ସୌମ୍ୟ ପ୍ରକାଶ ଓତା ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା ସ୍ୱେଚ୍ଛାକୃତ ରକ୍ତଦାନ ଓ ଅଂଗଦାନ ସମ୍ପର୍କରେ ଉପସ୍ଥିତ କ୍ୟଡେଟ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବୁଝାଇଥିଲେ। ଶିକ୍ଷକ ନିରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଏନ୍ସିସି ଶିକ୍ଷକ ଜିତେନ୍‍ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫୁଲ୍ଲ ନାଥ, ବିଜୟ ମହାନ୍ତି, ରବିନାରାୟଣ ଦାସ, ଲକ୍ଷ୍ମୀପ୍ରିୟା ବେହେରା, ପୁନ୍ୟତୋୟା ସାହୁ, ମନସ୍ମିତା ରାଉତ, ହେମଲତା ବିଶୋଇ, ଦିପାଞ୍ଜଳି ସେଠ, ସମାପ୍ତି ଦାସ ଆଦିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ। ପରେପରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଯାଇ ଓଟିଏମ୍‍ କଲୋନୀରେ ଏଡ଼ସ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ।

Comments are closed.