ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଚୌଦ୍ୱାର: ପ୍ରଧାନମନ୍ତ୍ରୀଙ୍କ ଶାସନର ୭ବର୍ଷ ପୁର୍ତ୍ତି ଅବସରରେ ବିଜେପିର ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ମାଧ୍ୟମରେ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ,ମାସ୍କ ଓ ସାବୁନ ଆଦି ବଣ୍ଟନ କରାଯାଇଛି। ଇନ୍ଦ୍ରାଣୀପାଟଣା ବିଜେପି ମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବାଣିପଦା, ଆଗ୍ରାହାଟ, କୟଳପଡା, ଇନ୍ଦ୍ରାଣୀପାଟଣା ଓ ନଖରା ପଞ୍ଚାୟତରେ ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଅଜିତ କୁମାର ସୁବୁଦ୍ଧିରାୟ, ରମେଶ ଚନ୍ଦ୍ର ନାୟକ, ପବିତ୍ର ମୋହନ ଷଡଙ୍ଗୀ, ବିଜୟ ବଳ, ବସନ୍ତ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.