ଗ୍ରାମାଞ୍ଚଳରେ କୃଷି ଯନ୍ତ୍ରପାତି ବାଣ୍ଟିଲେ ମନ୍ତ୍ରୀ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ମଙ୍ଗରାଜପୁର ଠାରେ ଗ୍ରାମାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ କୃଷି ସାମଗ୍ରୀ, ବ୍ୟାଙ୍କ ଋଣ ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସମବାୟ, ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ଟ୍ରାକ୍ଟର, ପାୱାର ଟିଲର, ମୁଢ଼ି, ଚୂଡ଼ା ଓ ଚାଉଳ କଳ ସହିତ ବିଭିନ୍ନ କୃଷି ଯନ୍ତ୍ରପାତି ବଣ୍ଟନ କରିଥିଲେ। ଏଥି ସହିତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଋଣ ସାର୍ଟିଫିକେଟ ପ୍ରଦାନ କରିବା ସହିତ ୬୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଭତ୍ତା ବଷ୍ଟନ କରିଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଓ ଜ୍ଞାନବନ୍ଧୁ କିଟ୍‍ ଆଦି ବିଭିନ୍ନ ହିତାଧିକାରୀଙ୍କୁ ବଷ୍ଟନ କରିଥିଲେ। ବିଜେଡ଼ି କଟକ ଜିଲା ସମ୍ପାଦକ ସେକ୍‍ ସହାଜାନ୍‍ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍‍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ବିଡ଼ିଓ ଆଶୁତୋଷ ମିଶ୍ର, ପୂର୍ବତନ ବ୍ଲକ୍‍ ଅଧ୍ୟକ୍ଷା ମଧୁସ୍ମିତା ସେଠୀଙ୍କ ସମେତ ବ୍ଲକ୍‍ର ସମସ୍ତ ଅଧିକାରୀ, ୫ଟି ପଞ୍ଚାୟତର ସରପଞ୍ଚ, ୱାର୍ଡ଼ ମେମ୍ବର, ସମିତି ସଭ୍ୟ ଓ ବହୁ ସାଧାରଣ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Comments are closed.