ରାଜ୍ୟସ୍ତରୀୟ ନେଟ୍‍ବଲ ଚମ୍ପିୟନସିପ୍‍ ପ୍ରତିଯୋଗିତା ଉଦ୍‍ଘାଟିତ

ଚୌଦ୍ୱାର: ଚୌଦ୍ୱାର ନିକଟ ବାଣୀପଦା ସ୍ଥିତ ଉତ୍କଳ ଇଣ୍ଟରନେସନାଲ ସ୍କୁଲ ପରିସରରେ ୨୩ତମ ରାଜ୍ୟସ୍ତରୀୟ ନେଟ୍‍ବଲ ଚମ୍ପିୟନସିପ୍‍ ପ୍ରତିଯୋଗିତା(ଉଭୟ ପୁରଷ ଓ ମହିଳା) ଶନିବାର ଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ଗଣେଶ ପ୍ରସାଦ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ ରାଜ୍ୟ ନେଟ୍‍ବଲ ସଂଘର ସାଧାରଣ ସଂପାଦକ ପ୍ରମୋଦ କୁମାର ପଣ୍ଡା, ଯୁବ ସାମାଜିକ କର୍ମୀ ତୀର୍ଥାନନ୍ଦ ସୁବୁଦ୍ଧିରାୟ, ପୂର୍ବତନ କାଉନସିଲର ସୁବ୍ରତ ସାମଲ,ଲକ୍ଷ୍ମଣ ରାଉତ,ରଞ୍ଜିତ୍‍ କୁମାର ଦାସ,ଦେବଜୀତ୍‍ ପ୍ରସାଦ ସିଂଦେଓ,ଶୁଭେନ୍ଦୁ କେଶରୀ ପ୍ରଧାନ ଓ ସମାଜସେବୀ ସହଦେବ ବରାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ବିଦ୍ୟାଳୟ ଅଧ୍ୟକ୍ଷ ବୈକୁଣ୍ଠ ନାଥ ତାରେଣିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୨ଦିନ ଧରିି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଏହି ବିଦ୍ୟାଳୟ ଚୌଦ୍ୱାର ଅଞ୍ଚଳର ଏକମାତ୍ର ସିବିଏସଇ ସ୍ୱୀକୃତି ପ୍ରାପ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଏବଂ ପ୍ରତିଯୋଗିତା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବାରୁ ଏଠାରେ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା ସଂଘର ସଂପାଦକ ପଣ୍ଡା ପ୍ରକାଶ କରିଥିଲେ। ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ରାଉତ, ଶଶୀଭୁଷଣ ବେହେରା, ଗିରିଧାରୀ ସାମଲ, କ୍ଷେତ୍ରବାସୀ ବାରିକ୍‍, ସିପ୍ରା ରାଉତ୍‍, ଗୀତିକା ସ୍ୱାଇଁ, ମୀନାକ୍ଷୀ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.