ଚୌଦ୍ୱାରରେ ଜବର ଦଖଲ ଉଚ୍ଛେଦ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୫ନଂ ୱାର୍ଡ ହିଙ୍ଗୁଳାଇସାହି ଦଳିତ ବସ୍ତିରେ ଥିବା ସରକାରୀ ଜମିରେ ଆଜକୁ ପ୍ରାୟ ୫୦ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ବସବାସ କରୁଥିବା ୪ଟି ପରିବାରକୁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ଏହି ଜମିରେ ଘର କରି ୪ଟି ପରିବାର ରହି ଆସୁଥିଲେ। ପୂର୍ବରୁ ଏହି ବସ୍ତିରେ ରହୁଥିବା ୨ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜମିଜମା ଗଣ୍ଡଗୋଳ ଲାଗିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲର୍ତଙ୍କ ନିଦେର୍ଶରେ ବୁଧବାର ପୁର୍ବାହ୍ନରେ ଏହି ସ୍ଥାନରେ ଥିବା ଘର ଭଙ୍ଗିବା ପାଇଁ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଚୌଦ୍ୱାର ପୁଲିସକୁ ଧରି ଉକ୍ତ ବସ୍ତିିରେ ପହଁଚି ଥିଲେ। ଉକ୍ତ ଜମି ଉପରେ ରହୁଥିବା ରେଣୁ ଗୋଛାୟତ, ଲକ୍ଷ୍ମୀ ନାଏକ, ଲୋଚନ ଗୋଛାୟତ ପ୍ରମୁଖ ଏହାକୁ ବିରୋଧ କରିଥିଲେ। ସରକାର ଭୁମିହୀନଙ୍କୁ ଥଇଥାନ କରୁଥିବା ବେଳେ ସେମାନଙ୍କୁ ଉଚ୍ଛେଦ କରାଯାଉଥିବା ଅଭିଯୋଗ କରି ପ୍ରଥମେ ଥଇଥାନ କରାଯାଉ ପରେ ଘର ଭାଙ୍ଗିବେ ବୋଲି ସେମାନେ ଦାବି କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ନିଦ୍ଦେର୍ଶ ଥିବାରୁ ତହସିଲ ପକ୍ଷରୁ ଘରଗୁଡିକ ଭଙ୍ଗା ଯାଇଥିବା ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଅଜୟ ମଲ୍ଲିକ ପ୍ରକାଶ କରିଛନ୍ତି।

Comments are closed.