ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗରେ ଶୋକ

ଚୌଦ୍ୱାର: ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ୍‍ ଦାସଙ୍କର ଦୁର୍ଘଟଣାଜନୀତ ଅକାଳ ମୃତ୍ୟୁରେ ଚୌଦ୍ୱାର ପ୍ରେସ୍‍ କ୍ଲବ୍‍ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। କ୍ଲବ୍‍ ସଭାପତି ଦାମୋଦର ସାହୁ, ସମ୍ପାଦକ ରମେଶ ଚନ୍ଦ୍ର ସାମଲ, ବରିଷ୍ଠ ସଦସ୍ୟ ଗଙ୍ଗାଧର ସାହୁ, ଉପଦେଷ୍ଟା ଏସ୍‍.କେ. ପଣ୍ଡା, ଆଶୁତୋଷ ଦାସ, ପ୍ରକାଶ କୁମାର ନାୟକ, ଅଜିତ୍‍ କୁମାର ସ୍ୱାଇଁ, ସୁଧାକର ସାମନ୍ତରାୟ, ଲକ୍ଷ୍ମୀଧର ଦାସ, ଜୟପ୍ରଦୀପ ଦାସ, ତପନ ନାଥ ପ୍ରମୁଖ ଶୋକ ବ୍ୟକ୍ତ କରି ଅରବିନ୍ଦ ଜଣେ ନିର୍ଭିକ, ନିଷ୍ଠାପର ଓ ସଚ୍ଚା ସମ୍ବାଦଦାତା ଥିଲେ ବୋଲି ପ୍ରକାଶ କରିବା ସହିତ ତାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି ବୋଲି ମତବ୍ୟକ୍ତ କରିଥିଲେ। ତାଙ୍କ ସ୍ମୃତିରେ ୨ମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Comments are closed.