କୁକୁରଙ୍କୁ ବିଷ ଦେଇ ମାରିବା ଘଟଣାରେ ଜଣେ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ କୁକୁର ମାରିବା ଘଟଣାରେ ପୁଲିସ ସେହି ଗ୍ରାମର ଜଣେ ଜଳଖିଆ ଦୋକନୀକୁ ଗିରଫ କରି ଅଦାଲତ ଚାଲାଣ କରିଛନ୍ତି। ଗିରଫ ଜଣକ ହେଲେ ଶଙ୍କରପୁର ମଠସାହିର ଅଜୟ କୁମାର ସାହୁ।କୁକୁରମାନେ ଜଳଖିଆ ଦୋକାନ ସମ୍ମୁଖରେ ଦଳଦଳ ହୋଇ ଜଗି ରହିବା ଓ ଗରାଖମାନଙ୍କୁ ହଇରାଣ କରୁଥିବାରୁ ରୋଷବସତଃ ସେ ଜଳଖିଆରେ ବିଷ ଦେଇ ଏହି କୁକୁରମାନଙ୍କୁ ମାରି ଦେଇଥିବା ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲେ। ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋର୍ଡ଼ ଧାରା ୨୯୪/୩୫୩/୪୨୯/୫୦୬ ଆଦି ଦଫାରେ ଅଭିଯୋଗ ଦାଖଲ କରାଯାଇଛି।

ସୂଚନାଯୋଗ୍ୟ ଯେ, ଶଙ୍କରପୁର ଗ୍ରାମରେ ଗତ କିଛିଦିନ ହେଲା ଦିନକୁ ୩ରୁ ୪ଟି କୁକୁର ମରୁଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଜଣେ ଜଳଖିଆ ଦୋକାନୀ ଜଳଖିଆରେ ବିଷଦେଇ କୁକୁରମାନଙ୍କୁ ମାରି ଦେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଚୌଦ୍ୱାର ଥାନାରେ ଅଭିଯୋଗ କରି ଘଟଣାର ଉଚିତ୍‍ ତଦନ୍ତ କରିବା ସହ ନିରୀହ ପ୍ରାଣୀଙ୍କୁ ମାରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁୁ ଦାବି କରିଥିଲେ।

Comments are closed.