ବିଦ୍ୟୁତ୍‍ ଆଘାତରେ ଗାଈ ମୃତ

ଚୌଦ୍ୱାର: ଚୌଦ୍ୱାର ଉପକଣ୍ଠ ବିରୂପା ବ୍ୟାରେଜ ନିକଟରେ ଥିବା ଏକ ମୁକୁଳା ଟ୍ରାନ୍‍ସଫରମରର ବିଦ୍ୟୁତ୍‍ ଆଘାତରେ ଏକ ଗାଈର ଶୋଚନୀୟ ମୃତ୍ୟୁ ଘଟିଛି। ଗାଈଟି ଚରିବାକୁ ଯାଇଥିବା ବେଳେ ଟ୍ରନ୍‍ସଫରମର ନିକଟକୁ ଚାଲି ଯିବାରୁ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ମୃତୃୁ ବରଣ କରିଥିବା କୁହା ଯାଉଛି। ବ୍ୟାରେଜର ସଟର ପରିଚାଳନା ପାଇଁ ବସା ଯାଇଥିବା ଏହି ଟ୍ରାନ୍‍ସଫରମରଟି ଆଜକୁ ପ୍ରାୟ ୨୦ବର୍ଷ ହେଲା ମୁକୁଳା ପଡ଼ିଛି। ଏହା ଚାରିପଟେ ତାରବାଡ଼ କିମ୍ବା ପଚେରୀ ନିର୍ମାଣ ହୋଇ ନ ଥିବାରୁ ଅନେକ ସମୟରେ ଗୋରୁଗାଈ ଏହା ପାଖକୁ ଚାଲିଗଲେ ମୁକୁଳା ଟ୍ରାନ୍‍ସଫରମର ସଂସ୍ପର୍ଶରେ ଆସି ମୃତାହତ ହେଉଛନ୍ତି।

ଗତ ୨ ବର୍ଷ ତଳେ ଏହି ଟ୍ରାନ୍‍ସଫରମରରେ ଲାଗି ମଧ୍ୟ ଗୋଟିଏ ଗାଈ ମରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ବିଦ୍ୟୁତ୍‍ ଵିଭାୟାଗ ତରଫରୁଏହି ଟ୍ରନ୍ସ୍‍ଫରମର ଚାରିପଟ ଆବଦ୍ଧ କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.