ବକେୟା ପ୍ରାପ୍ୟକୁ ଅପେକ୍ଷା କରି ଆଉ ୭ ଓଟିଏମ୍ ଶ୍ରମିକଙ୍କ ମୃତ୍ୟୁ, ସଂଖ୍ୟା ୬୭୬ ଛୁଇଁଲା

ଚୌଦ୍ୱାର: ବନ୍ଦ ଓଟିଏମର ଆଉ ୭ ଜଣ ଶ୍ରମିକଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଛି। ମୃୃତକମାନେ ହେଲେ ମିଲର ଗ୍ରେୱୟାର ହାଉସରେ କାର୍ଯ୍ୟ କରୁଥିବା ଆଗ୍ରାହାଟ ଗ୍ରାମର ଧରଣୀଧର ବେହେରା (୬୫), ପ୍ରିଣ୍ଟିଂ ବିଭାଗରେ କାର୍ଯ୍ୟ କରୁଥିବା ସେହି ଗ୍ରାମର ଧୃବ ଚରଣ ଲେଙ୍କା (୬୦), ୱାଇଣ୍ଡିଂ ବିଭାଗର ୮ ନମ୍ବର ୱାର୍ଡ଼ର ରବିନାରାୟଣ ସେଠୀ(୬୫), ତନ୍ତ ବିଭାଗରେ କାର୍ଯ୍ୟ କରୁଥିବା ୧୭ ନମ୍ବର ୱାର୍ଡ଼ର ଗୌରାଙ୍ଗ ଜେନା(୭୧) ଏବଂ ନୂଆସାହିର ମଧୁସୁଦନ ମନ୍ତ୍ରୀ(୭୦), ଉଇଭିଂ ମେଣ୍ଟେନାନ୍ସ ବିଭାଗରେ କାର୍ଯ୍ୟକରୁଥିବା ବୁଢ଼ାଲିଙ୍ଗ ଗ୍ରାମର ବନ ସାହୁ(୭୫) ଓ ଉଇଭିଂ ବିଭାଗର ଶ୍ରମିକ ଲେବର ଟେନାମେଣ୍ଟର କୃତିବାସ ସାହୁ(୬୮)।

ଓଟିଏମ୍ ବନ୍ଦ ହେବାଦିନ ଠାରୁ ବକେୟା ପ୍ରାପ୍ୟକୁ ଅପେକ୍ଷା କରିକରି ଅନେକ ଶ୍ରମିକ ଓ କର୍ମଚାରୀ ମୃତ୍ୟୁ ବରଣ କରିଥିବା ବେଳେ ଅନେକେ ନାନା ରୋଗରେ ପୀଡ଼ିତ ହୋଇ ଅର୍ଥାଭାବରୁ ଚିକିତ୍ସା କରାଇ ନପାରି ଦୁର୍ଦ୍ଦଶା ଭିତରେ କାଳ କାଟୁଛନ୍ତି।ହେଲେ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ହେଉଛି।ଏଯାବତ୍ ଓଟିଏମ ଶ୍ରମିକ କର୍ମଚାରୀଙ୍କୁ ମିଶାଇ ମୋଟ ୬୭୬ଜଣ ମୃତ୍ୟୁ ବରଣ କଲେଣି।

Comments are closed.