ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କ ଇପିଏଫ୍ ଓ ଇଏସ୍ଆଇ ଟଙ୍କା ସଠିକ ଆକାଉଣ୍ଟରେ ଜମା ନହୋଇ ଏକ ଠିକାସଂସ୍ଥା ନାମରେ ଜମା ହେଉଥିବା ଏବଂ ଏଥିପାଇଁ ଆବଶ୍ୟକ ସମୟରେ କର୍ମଚାରୀମାନେ ସେମାନଙ୍କ ଜମା ଟଙ୍କା ଉଠାଇ ନପାରି ନାହିଁନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ କରି ଗୁରୁବାର ହିନ୍ଦ ମଜଦୁର ସଂଘର ସଭାପତି ବିଜୟ ଭୁଷଣ ପତିଙ୍କ ନେତୃତ୍ୱରେ ଚୌଦ୍ୱାର ପୌରପାଳିକାରେ କାର୍ଯ୍ୟରତ ପ୍ରାୟ ୧୨୦ସଫେଇ କର୍ମଚାରୀ ଚୌଦ୍ୱାର ପୌର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମାନଙ୍କୁ କାର୍ଯ୍ୟରେ ଲଗାଉଥିବା ଠିକା ସଂସ୍ଥା ଏମାନଙ୍କ ଠାରୁ କାଟି ରଖୁଥିବା ଇପିଏଫ୍ ଓ ଇଏସ୍ଆଇ ରାଶି ଇପିଏଫ୍ରେ ଜମା କରୁ ନଥିବା ଏବଂ ଉକ୍ତ ଟଙ୍କାକୁ ଅନ୍ୟ ଏକ ଠିକା ସଂସ୍ଥା ନାମରେ ଜମା ହେଉଥିବା ସଂଘର ସଭାପତି ବିଜୟ ଭୂଷଣ ପତି, ଶ୍ରୀଧର ଗୋଚ୍ଛାୟତ, ନମିତା ନାୟକଙ୍କ ସମେତ ଅନେକ ସଦସ୍ୟ ଅଭିଯୋଗ କରିଥିଲେ ।

 

ପ୍ରକାଶ ଯୋଗ୍ୟଯେ ପୌରପାଳିକାର ନିଜସ୍ୱ ୧୦ଜଣ ସଫେଇ କର୍ମଚାରୀ ଥିବା ବେଳେ ଅନ୍ୟମାନେ ଠିକା ସଂସ୍ଥା ଜରିଆରେ କାମ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ ବର୍ଷକୁ ବର୍ଷ ସଫେଇ ଠିକାଦାର ବଦଳୁଥିବା ସହିତ କର୍ମଚାରୀଙ୍କ ଆବଶ୍ୟକତା ଥିବା କାଗଜପତ୍ର ଭୁଲ ହେତୁ ଏଭଳି ସମସ୍ୟା ଉପୁଜିଥିବା ଆନ୍ଦୋଳନକାରୀ ମାନେ ଅଭିଯୋଗ କରି ତୁରନ୍ତ ଏସବୁ ସଜାଡ଼ିବାକୁ ଦାବି କରିଛନ୍ତି ।

Comments are closed.