ଜିଲ୍ଲାସ୍ତରୀୟ ବନମହୋତ୍ସବ ପାଳିତ

ଚୌଦ୍ୱାର: ଆଗ୍ରାହାଟ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। କଟକ ବନଖଣ୍ଡ ଅଧିକାରୀ ସଂଜୟ କୁମାର ସ୍ୱାଇଁଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ,ତହସିଲଦାର ଅଜୟ କୁମାର ମଲ୍ଲିକ,ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପରିସରରେ ଶତାଧିକ ଚାରା ରୋପଣ କରିଥିଲେ। କଟକ ବନଖଣ୍ଡ ଅନ୍ତର୍ଗତ ବନାଂଚଳରେ ଚଳିତ ବର୍ଷା ଋତୁରେ ୬ଲକ୍ଷରୁ ଅଧିକ ଚାରା ରୋପଣ କରାଯିବା ସହିତ ୮ଲକ୍ଷରୁ ଅଧିକ ଚାରା ବଂଟନ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ମା’ ଦୁଃଖି ଭୁଆଷୁଣୀ ବନ ସୁରକ୍ଷା ସମିତି ଜଙ୍ଗଲର ଯତ୍ନ ନେବା ସହିତ ଜଙ୍ଗଲ ବୃଦ୍ଧି ନିମନ୍ତେ ଅଧିକ ବ୍ୟପକ ଗଛ ଲଗାଇଥିବାରୁ ଏହି ଅବସରରେ ସମିତିକୁ ବନ ବିଭାଗ ତରଫରୁ ୨୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏସିଏଫ୍ ମନୋରଞ୍ଜନ ସ୍ୱାଇଁ, ରେଞ୍ଜର ଅଭିରାମ ଜେନା, ଚୌଦ୍ୱାର ଫରେଷ୍ଟର ମନରୋମା ହୋତା, ମଙ୍ଗରାଜପୁର ଫରେଷ୍ଟର ପୀତବାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନନ୍ତ ଚରଣ ଦାସ ଓ ୭୬ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.