ଧୂମାବତୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‍ଯାପିତ

ଚୌଦ୍ୱାର: ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଚୌଦ୍ୱାର ଉପକଣ୍ଠରେ ପ୍ରତିଷ୍ଠିତ ବିରାଟ କଟକ ପଶ୍ଚିମ ଗଡ଼ଚଣ୍ଡୀ ମା’ ଧୂମାବତୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍‍ଯାପିତ ହୋଇ ଯାଇଛି। ଚାରିିଦିନ ବ୍ୟାପି ଅନୁଷ୍ଠିତ ଏହି ଉତ୍ସବରେ ମା’ ଧୂମାବତୀଙ୍କ ବିଭିନ୍ନ ଉପଚାର ପୂଜା ଅନୁଷ୍ଠିତ ହେବା ସହିତ ନୂତନ ମନ୍ଦିର ବିଶୋଧନ ଓ ମହାଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା। ପୂଜକ ପଣ୍ଡିତ ଲୋକନାଥ ମିଶ୍ର ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟବୃନ୍ଦ କୋଭିଡ଼ କଟକଣା ଭିତରେ ଏହି ଆଧ୍ୟାତ୍ମିକ ଉପଚାର ସମ୍ପନ୍ନ କରିଥିଲେ। ଶୁକ୍ରବାର ଦିନ ଚଣ୍ଡି ଆହୁତି, ମନ୍ଦିର ପ୍ରତିଷ୍ଠା, ନବଶିଳା ସ୍ଥାପନ, ଧ୍ୱ୍ୱଜା ଉତ୍ତୋଳନ, ଅଷ୍ଟପ୍ରହର ନାମଯଜ୍ଞ ସହିତ ଯଜ୍ଞର ପୂର୍ଣ୍ଣହୁତି ପ୍ରଦାନ ପୂର୍ବକ ନୂତନ ମନ୍ଦିରରେ ଦେବୀଙ୍କ ପ୍ରତିମା ପ୍ରତିଷ୍ଠା ସାଙ୍ଗକୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥିଲା। ଶ୍ରଦ୍ଧାଳୁମାନେ କଟକଣା ପାଳନ ପୂର୍ବକ ମାଙ୍କ ନୂତନ ବେଶ ଦର୍ଶନ କରିଥିଲେ। ପଣ୍ଡିତ ତ୍ରିନାଥ ମିଶ୍ରଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ପଣ୍ଡିତ ଓ ସାଧୁସନ୍ଥ ମାନେ କାର୍ୟ୍ୟକ୍ରମ ସଂଚାଳନ କରିଥିଲେ।

Comments are closed.