ଆଉ ୬ ଓଟିଏମ୍‍ ଶ୍ରମିକଙ୍କ ମୃତ୍ୟୁ, ସଂଖ୍ୟା ୭୩୦ ଛୁଇଁଲା

ଚୌଦ୍ୱାର: ଗତ କିଛି ଦିନ ଭିତରେ ଆଉ ୬ଜଣ ଓଟିଏମ୍‍ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଓଟିଏମ୍‍ ଷ୍ଟାଫ କଲୋନୀର ପ୍ରଫୁଲ୍ଲ ସାମଲ (୭୨), ପୌରପାଳିକା ୨ନମ୍ବର ୱାର୍ଡ଼ର ଅନନ୍ତ ମହାରଣା (୮୦), ଲେବର ଟେନାମେଣ୍ଟର ଦେବେନ୍ଦ୍ର ସାହୁ (୭୨), ଚୌଦ୍ୱାର ନବଗ୍ରହ ସାହିର ମହେନ୍ଦ୍ର ରାଉତ (୬୮), ବହୁଗ୍ରାମ ମହାଜନ ସାହିର ଚନ୍ଦ୍ରମଣି ବେହେରା (୬୮) ଏବଂ ଅଲାରପୁରର ରଘୁନାଥ ବାରିକ (୭୦)। ଏହି ୬ ଜଣଙ୍କୁ ମିଶାଇ ବନ୍ଦ ଓଟିଏମ୍‍ର ଶ୍ରମିକ ଓ କର୍ମଚାରୀଙ୍କ ମୃତ୍ୟୁ ସଂଖ୍ୟା ୭୩୦ରେ ପହଞ୍ଚିଛି।

Comments are closed.