ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଚୌଦ୍ୱାର: ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ସଂଗଠନ ସଭାପତି ଭାସ୍କର ଚନ୍ଦ୍ର ରାଉତରାୟଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତି ଅତିଥି ଭାବେ ଯୋଗଦେଇ ଚୌଦ୍ୱାର-ବୁଢ଼ାଲିଙ୍ଗ ରାସ୍ତା ପାର୍ଶ୍ବରେ ବୃକ୍ଷ ରୋପଣ କରିଥିଲେ। ସଂଗଠନର ସଦସ୍ୟ ଅଶ୍ୱିନୀ କୁମାର ଜେନା, ଭୀମସେନ ବିଶ୍ୱାଳ, ସୁରେଶ ରାଉତରାୟ, ଭାସ୍କର ମହାପାତ୍ର, ରାଜକିଶୋର ସାମନ୍ତ, କାହ୍ନୁ ଚରଣ ଜେନା, ଦୀପକ ସେନାପତି, ସଂଜୀବ ଦାସ, ଚନ୍ଦନ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସେହିପରି ମଙ୍ଗରାଜପୁର ପଞ୍ଚାୟତ କଲ୍ୟାଣପୁର ଶିଶୁ ମନ୍ଦିର ପରିସରରେ ଡାକ୍ତର ଦିବସ ପାଳନ ଅବସରରେ ବୃକ୍ଷ ରୋପଣ କରାଯାଇଛି। ଚାରବାଟିଆ ଷ୍ଟେଟ ବ୍ୟାଙ୍କର ଅଧିକାରୀ ସନ୍ତୋଷ କୁମାର ଦାସ, କୁଳମଣି ନାୟକ, ସମାଜସେବୀ ସହଦେବ ବରାଳ, ମୋହନ ଚରଣ ଜେନାଙ୍କ ସମେତ ବିଦ୍ୟାଳୟର ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।

Comments are closed.