ଶିକ୍ଷାବିତ୍‍ କୈଳାସ ଚନ୍ଦ୍ର ବରାଳଙ୍କ ସ୍ମୃତିସଭା

ଚୌଦ୍ୱାର: ସରସ୍ୱତୀ ସାହିତ୍ୟ ସଂସଦ ଓ ସରସ୍ୱତୀ ଶିଶୁ ମନ୍ଦିରର ମିଳିତ ଆନୁକୂଲ୍ୟରେ ଶିକ୍ଷାବିତ୍‍ ତଥା ସମାଜସେବୀ କୈଳାସ ଚନ୍ଦ୍ର ବରାଳଙ୍କ ପରଲୋକରେ ଏକ ସ୍ମୃତିସଭା ଆଗ୍ରାହାଟସ୍ଥିତ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣପ୍ରଭା ଷଢ଼ଙ୍ଗୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଶିକ୍ଷାବିତ୍‍ ରବୀନ୍ଦ୍ର କୁମାର ନାୟକ,ପ୍ରତାପ କିଶୋର ମହାପାତ୍ର, ଭାଗିରଥୀ ମିଶ୍ର,ବିଜୟ ପ୍ରତାପ ସାହୁ,ଅକ୍ଷୟ କୁମାର ମିଶ୍ର,କବି ବୈଦ୍ୟନାଥ ଖିଲାର,ହରିହର ରଣା,କୈଳାସ ଚନ୍ଦ୍ର ସାହାଣୀ ପ୍ରମୁଖ ସ୍ୱର୍ଗତ ବରାଳଙ୍କ ଜୀବନାଦର୍ଶ ଉପରେ ଆଲୋଚନାକରି ଅଞ୍ଚଳରେ ଶିକ୍ଷା ଓ ସାମାଜିକ ବିକାଶରେ ତାଙ୍କର ମହତ୍‍ ଅବଦାନ ପାଇଁ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଭାଗିରଥୀ ସାହୁ, ନିରଞ୍ଜନ ବେହେରା, ଅକ୍ଷୟ ଭୁୟାଁ, ଜନାର୍ଦ୍ଦନ ତ୍ରିପାଠୀ, ପ୍ରଶାନ୍ତ ପଣ୍ଡା, ଦୀନବଂଧୁ ବେହେରା, ରାମଚନ୍ଦ୍ର ମହାରଣା, କାର୍ତ୍ତିକ ରାଉଳ, ରାମଚନ୍ଦ୍ର ବେହେରା, କେଶବ ଚନ୍ଦ୍ର ସାହୁ ପ୍ରମୁଖ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଆଚାର୍ଯ୍ୟ ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.