ଦୁର୍ଘଟଣାଗ୍ରସ୍ତ ସ୍ୱଚ୍ଛସାଥୀଙ୍କୁ ପୌରପରିଷଦ ତରଫରୁ ସହାୟତା

ଚୌଦ୍ୱାର: ଚୌଦ୍ୱାର ସହର ନୁନ୍‌ଟିକିରୀଠାରେ ଜାତୀୟ ରାଜପଥ ଉପରେ ଏକ ସଡ଼କ ଦୁର୍ଘଟରାରେ ଗୁରୁତର ଆହତ ହୋଇଥିବା ସ୍ୱଚ୍ଛସାଥୀ ସ୍ନିଗ୍ଧା ସ୍ୱାଇଁଙ୍କୁ ପୌର ପରିଷଦର ସଦସ୍ୟ ସଦସ୍ୟା ମାନେ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କାଉନସିଲର ବିଜୟ କୁମାର ମଲ୍ଲିକ, ଆଶୁତୋଷ ଦାସ, ପରିମଳ ବିଶେଷଜ୍ଞ ପିୟୁଷ କୁମାର ସାହୁ, ନୋଡାଲ ଅଫିସର ବିଚିତ୍ରାନନ୍ଦ ସ୍ୱାଇଁ, ଶଂକର୍ଷଣ ବେଉରା, କଲ୍ୟାଣୀ ସାହାଣୀଙ୍କ ସମେତ ସମସ୍ତ ସ୍ପଚ୍ଛସାଥୀ ଓ ପୌର କର୍ମଚାରୀ ସ୍ନିଗ୍ଧାଙ୍କ କପାଳେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ତାଙ୍କ ଉନ୍ନତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ  ।

Comments are closed.