ଅଗ୍ନି ବିପନ୍ନଙ୍କୁ ସହାୟତା

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ ଶାଳଗାଁ ପଞ୍ଚାୟତ ଗୁରୁଜଙ୍ଗ ଗ୍ରାମରେ ଅଗ୍ନିକାଣ୍ଡର ବିପନ୍ନ ମାନଙ୍କୁ ହାଟେଶ୍ୱର ଜନ କଲ୍ୟାଣ ସମିତି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି  । ସମିତି ଉପଦେଷ୍ଟା କୈଳାସ ଚନ୍ଦ୍ର ବରାଳ, ସଭାପତି ବିଚିତ୍ରାନନ୍ଦ ନାୟକ, ଶରତ ଚନ୍ଦ୍ର ସାହୁ, ସଂଗ୍ରାମ କେଶରୀ ପ୍ରଧାନ, ଗଣନାଥ ନନ୍ଦ, ତ୍ରୈଲୋକ୍ୟ ଓଝା ପ୍ରମୁଖ ଗୁରୁଜଙ୍ଗ ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନ ସୁକାନ୍ତ ମଲ୍ଲିକ ଓ ପବିତ୍ର ମଲ୍ଲିକଙ୍କ ପରିବାରକୁ ଚୂଡ଼ା, ଚାଉଳ, ବାସନକୁସନ, ବାଲଟି, ମଗ, ଶାଢ଼ି, ଧୋତି ଆଦି ପ୍ରଦାନ କରିଥିଲେ  । ବିପନ୍ନ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସମିତି ତରଫରୁ ଅନୁରୋଧ କରାଯାଇଛି  ।

Comments are closed.