ପ୍ରେସ୍‍କ୍ଲବ୍‍ ତରଫରୁ ବଧୀ କୁଦରେ ବୁଦ୍ଧ ଜୟନ୍ତୀ

ଚୌଦ୍ୱାର: ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ଚୌଦ୍ୱାରସ୍ଥିତ ବଧୀ କୁଦରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଯାଇଛି।ଚୌଦ୍ୱାର ପ୍ରେସ୍‍କ୍ଲବ୍‍ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ,କାଉନସିଲର ଆଶୁତୋଷ ଦାସ, ସାମ୍ବାଦିକ ଗଙ୍ଗାଧର ସାହୁ, କ୍ଲବ୍‍ ଉପଦେଷ୍ଟା ସୌରେନ୍ଦ୍ର ପଣ୍ଡା, ସାମ୍ବାଦିକ ପ୍ରକାଶ କୁମାର ନାୟକ, ମହେନ୍ଦ୍ର ବିଶ୍ୱାଳ, ସୁଧାକର ସାମନ୍ତରାୟ, ଅଶୋକ କୁମାର ଦାସ, ଲକ୍ଷ୍ମୀଧର ଦାସ, ସସ୍ମିତା ବିଶ୍ୱାଳ, ଅଧ୍ୟାପିକା ଏଲୋରା ରାୟ, ରଘୁନାଥ ସ୍ୱାଇଁ ପ୍ରମୁଖ ଐତିହାସିକ ବଧୀ କୁଦରେ ଦୀପ ଧୂପ ଜଳାଇ ଭଗବାନ ବୁଦ୍ଧଙ୍କୁ ପ୍ରାର୍ଥନା କରିବା ସହିତ ବୁଦ୍ଧଦେବଙ୍କ ନୀତି ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଜନ ସାଧାରଣ ଓ ଛାତ୍ରଛାତ୍ରୀ କୁଦରେ ଉପସ୍ଥିତ ରହି ବୁଦ୍ଧଦେବଙ୍କୁ ପ୍ରାର୍ଥନା କରିଥିଲେ।

ସୂଚନାଯୋଗ୍ୟ ଯେ ଭାରତ ପ୍ରତ୍ନତାତ୍ଵିକ ବିଶ୍ଳେଷଣ ସଂସ୍ଥାଦ୍ୱାରା ଏହି କୁଦର ଖନନ କରାଯାଇ ଏକ ମାଟିତଳୁ ସୁଦୃଶ୍ୟ ବୌଦ୍ଧ କୀତ୍ତିରାଜୀ ଆବିସ୍କୃତ ହେବା ସହିତ ଏହିସ୍ଥଳକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରାଯାଇଛି। ପ୍ରାୟ ୨୦ ଏକରରୁ ଉର୍ଦ୍ଧ୍ବ ପରିମିତ ଏହି ଅଞ୍ଚଳରେ ସର୍ଭେକ୍ଷଣ ସଂସ୍ଥା ତରଫରୁ ନିର୍ମାଣ କରାଯାଇଥିବା ସୁଦୃଶ୍ୟ ପାର୍କ ଓ ବୁଦ୍ଧ ସ୍ମୃତି ପୀଠଟି ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରୁଛି। ଅନୁରୂପ ଭାବେ ଉଦୟନାଥ ଚାରିଟେବବୁଲ ଟ୍ରଷ୍ଟ ଓ ଉତ୍କଳ ପୂଜନ ପରିଷଦର ମିଳିତ ଆନୁକୂଲ୍ୟରେ ଟ୍ରଷ୍ଟ ପରିସରରେ ବୁଦ୍ଧ ଜୟନ୍ତୀ ପାଳିତ ହୋଇ ଯାଇଛି। ଉପଦେଷ୍ଟା କୈଳାସ ଚନ୍ଦ୍ର ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉମେଶ ଚନ୍ଦ୍ର ସାହୁ, ଚନ୍ଦ୍ର ମୋହନ ସାହୁ, ସୁକାନ୍ତ ପ୍ରଧାନ, ଅନନ୍ତ ଚରଣ ନାୟକ, ବାଳକୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Comments are closed.