ଚୋରା ଶାଗୁଆନ୍‍ କାଠ ବୋଝେଇ ଭ୍ୟାନ୍‍ ସହ ଡ୍ରାଇଭର ଗିରଫ

ଚୌଦ୍ୱାର: ଚେରା ଶାଗୁଆନ୍‍ କାଠ ଗଣ୍ଡି ବୋଝେଇ କରି କଟକ ଅଭିମୁଖେ ଯାଉଥିବା ଏକ ପିକ୍‍ଅପ୍‍ ଭ୍ୟାନ୍‍କୁ ଚୌଦ୍ୱାର ପୁଲିସ ଜବତ କରିଛି। ପ୍ରକାଶ ଯେ ଥାନା ଏସ୍‍ଆଇ ପାର୍ଥ ପ୍ରତିମ ବେଉରା ଥାନା କର୍ମଚାରୀଙ୍କ ସହିତ ମଙ୍ଗଳବାର ପୂର୍ବାହ୍ଣରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଗାଡ଼ିରେ ଚୋରା କାଠ ଚାଲାଣ ହେଉଥିବା ଖବର ପାଇ ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ ଚାଉଳିଆ ପୋଲ ନିକଟରେ ଜଗି ରହିଥିଲେ। ପିକ୍‍ ଅପ୍‍ ଭ୍ୟାନ୍‍ଟି ପହଞ୍ଚିବା ମାତ୍ରେ ଏହାକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୧୯ ଖଣ୍ଡ ଶାଗୁଆନ୍‍ କାଠଗଣ୍ଡି ଥିବା ଦେଖିବାକୁ ମିଳିଥିଲା।

କାଠ ସହ ଭ୍ୟାନ୍‍କୁ ଥାନାକୁ ଅଣାଯିବା ସହିତ ଡ୍ରାଇଭର କଟକ ଜିଲା ବାରଙ୍ଗ ଥାନା ବ୍ରାହ୍ମଣିଗାଁର ମନୋଜ ବସ୍ତିଆ (୨୫)କୁ ଗିରଫ କରାଯାଇଛି। ଉକ୍ତ କାଠକୁ ସଫା ଜଙ୍ଗଲରୁ କାଟିଥିବା ଏବଂ ଏହାକୁ ବିକ୍ରିପାଇଁ କଟକ ୪୨ମୌଜାକୁ ନେଉଥିବା ମନୋଜ ପୁଲିସ ଆଗରେ ପ୍ରକାଶ କରିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Comments are closed.