ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଜାନକୀବାବୁଙ୍କ ଶ୍ରାଦ୍ଧ ଉତ୍ସବ

ଚୌଦ୍ୱାର : ଉତ୍କଳ ପୂଜନ ପରିଷଦ ଏବଂ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଜାନକୀ ବାବୁଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇ ଯାଇଛି । ଶିକ୍ଷାବିତ୍‍ କୈଳାସ ଚନ୍ଦ୍ର ବରାଳଙ୍କ ପୌରୋହିତ୍ୟରେ ଆୟୋଜିତ ସ୍ମୃତି ସଭାରେ ଅଧ୍ୟାପିକା ଡ. ଝରଣା ସାହୁ, ଡ. ଅର୍ଦ୍ଧେନ୍ଦୁ ଶେଖର ଭୋଳ, ଶ୍ୟାମ ସୁନ୍ଦର ସାମଲ, ଆର୍ତ୍ତତ୍ରାଣ ବିଶ୍ୱାଳ ପ୍ରମୁଖ ଜାନକୀ ବାବୁଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହୃଦାନନ୍ଦ ପଟ୍ଟନାୟକ, ହେମନ୍ତ ମହାରଣା, ଗାୟତ୍ରୀ ସାହୁ, ନିରୂପମା ମହାପାତ୍ର, ପୁଷ୍ପାଞ୍ଜଳି ନାୟକ, ପାଲାକାର ସିଦ୍ଧେଶ୍ବର ନାୟକଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ଶିକ୍ଷାକେନ୍ଦ୍ରର ମୁଖ୍ୟ ମାନସ କୁମାର ସାହୁ ସ୍ୱାଗତ ଭାଷଣ ଓ ରାଜେଶ ଓଝା ଅତିଥି ପରିଚୟ ପ୍ରଦାନ କରିଥିଲେ।

Comments are closed.