ବନ୍ଧୁକ ରଖିବା ଅଭିଯୋଗରେ ଜଣେ ଗିରଫ

ଚୌଦ୍ୱାର: ବେଆଇନ୍‍ ଭାବେ ଏକ ଛରରା ବନ୍ଧୁକ ରଖିବା ଅଭିଯୋଗରେ ଚୌଦ୍ୱାର ପୁଲିସ୍‍ ପୌରପାଳିକା ୮ନମ୍ବର ୱାର୍ଡ଼ ଓଟିଏମ୍‍ ଦୂର୍ଗା ବଜାରର ପ୍ରଦୀପ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି।ଏସ୍‍ଆଇ ତପସ୍ୱିନୀ କାନୁନ୍‍ଗୋଙ୍କ ସୂଚନା ଆଧାରରେ ଏଏସ୍‍ଆଇ ଶରତ ଚନ୍ଦ୍ର ସାହୁ ପ୍ରଦୀପଙ୍କ ଘରେ ଚଢ଼ଉ କରି ବନ୍ଧୁକଟିକୁ ଜବତ କରିଥିଲେ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଅଧିକ ତଦନ୍ତ ଜାରୀ ରହିଛି।

Comments are closed.