ପୋଷଣ ଯୋଜନାରେ ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ୍‍ ବଣ୍ଟନ

ଚୌଦ୍ୱାର: ସରକାରଙ୍କ ପୋଷଣ ଯୋଜନା ମାଧ୍ୟମରେ ଚୌଦ୍ୱାର ପୌରପାଳିକାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀମାନଙ୍କୁ ମୋବାଇଲ ଫୋନ୍‍ ବଣ୍ଟନ କରାଯାଇଛି। ଚୌଦ୍ୱାର କଟକ ବିଧାୟକ ସୌଭିକ୍‍ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସହରାଞ୍ଚଳର ୪୭ଜଣ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟଫୋନ୍‍, ପାୱାର ବ୍ୟାଙ୍କ, ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ। ଏହି ଫୋନ ମାଧ୍ୟମରେ କାର୍ଯ୍ୟରତ କର୍ମୀମାନେ ନିଜ ଅଞ୍ଚଳରେ ପୃଷ୍ଟିହୀନତାର ଶୀକାର ହେଉଥିବା ମା’ ଓ ଶିଶୁମାନଙ୍କ ବିଷୟରେ ସରକାରଙ୍କୁ ତୁରନ୍ତ ସୁଚନା ପ୍ରଦାନ କରିବେ ଏବଂ ଏହି ସୂଚନା ଆଧାରରେ ହିତାଧିକାରୀମାନଙ୍କୁ ସମୟୋଚିତ ସହାୟତା ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ।

ପୌର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଅଙ୍ଗନବାଡି ସୁପରଭାଇଜର ଆରତୀ ମହାନ୍ତି, ସେକ୍‍ ରାଜଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ। କରୋନା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଲୋକମାନଙ୍କୁ ପ୍ରଦାନ କରି ତତ୍‍ ସଂକ୍ରାନ୍ତିୟ ସମସ୍ୟା ସମ୍ପର୍କରେ ସିଧାସଳଖ ବିଧାୟକଙ୍କ ସହ ଯୋଗାଯୋଗ କରିବା ପାଇଁ ଶ୍ରୀ ବିଶ୍ୱାଳ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

Comments are closed.