ମଦ ଦୋକାନରୁ ଚୋରି

ଚୌଦ୍ୱାର: ଚୌଦ୍ୱାର ଥାନା ଧୁମାବତୀ ଛକ ନିକଟରେ ଥିବା ଏକ ମଦ ଦୋକାନରୁ ବିପୁଳ ପରିମାଣର ମଦ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ସନ୍ଧ୍ୟାପରେ ଦୋକାନ ବନ୍ଦ ଥିବାର ସୁଯୋଗ ନେଇ ଚୋରମାନେ ଦୋକାନ ଘରର ମୁଖ୍ୟ ଫାଟକରେ ପଡିଥିବା ତାଲାକୁ ଭାଙ୍ଗି ଦେବା ସହିତ ଦୋକାନରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦୋକାନରେ ଥିବା ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ମଦ ଲୁଟି ନେଇ ଫେରାର ହୋଇଯାଇଥିବା ମଦ ଦୋକାନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇ ପୋଲିସ ୨୩୦/୨୧ରେ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.