ଚାଉଳରୁ ପ୍ରସ୍ତୁତ ହଇଜା ଟିକା ସଫଳ

ନୂଆଦିଲ୍ଲୀ: ଜାପାନର ବୈଜ୍ଞାନିକମାନେ ଏକ ନୂଆ ପ୍ରକାର ହଇଜା ଟିକା ବିକାଶ କରାଯାଇଛି। ଏହି ଟିକାକୁ ଚାଉଳରୁ ପ୍ରସ୍ତୁତ କରାଯାଇଛି। ଜିନ୍‌ ପରିବର୍ତ୍ତନ କରାଯାଇ ଉତ୍ପାଦନ କରାଯାଇଥିବା ଧାନର ଚାଉଳରୁ ଏହାକୁ ପ୍ରସ୍ତୁତ କରାଯାଇଛି। ଇଞ୍ଜେକସନ ପରିବର୍ତ୍ତେ ଏହି ଟିକାକୁ ଶିଶୁଙ୍କୁ ଖାଇବାକୁ ଦିଆଯାଇଥାଏ। ଲାନସେଟ୍ ଡାକ୍ତରୀ ପତ୍ରିକାର ତଥ୍ୟ ଅନୁଯାୟୀ ଏହି ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷା ସଫଳ ହୋଇଛି। ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ। ୨୦୧୫ ଜୁନ୍‌ରୁ ୨୦୧୬ ମେ ମଧ୍ୟରେ ଟିକାର ପରୀକ୍ଷା କରାଯାଇଥିଲା।

ଟୋକିଓ ବିଶ୍ବବିଦ୍ୟାଳୟ ଓ ଚିବା ବିଶ୍ବବିଦ୍ୟାଳୟର ଗବେଷକମାନେ ଏହି ଟିକାର ବିକାଶ କରିଛନ୍ତି। ଏହି ଟିକାକୁ ସାଧାରଣ ତାପମାତ୍ରାରେ ସଂରକ୍ଷଣ କରାଯାଇପାରିବ। ବିଶ୍ବରେ ଏବେ ୪ ପ୍ରକାରର ହଇଜା ଟିକା ଉପଲବ୍ଧ ହେଉଛି। ଏହାକୁ ବିନା ଛୁଞ୍ଚିରେ ଦିଆଯାଇଥାଏ। ତେବେ ଏହାକୁ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ଆବଶ୍ୟକ ପଡୁଛି।

Comments are closed.