୫୦ ବର୍ଷର ଛୋଲେ ଦୋକାନ

ରାଜଧାନୀ ଦିଲ୍ଲୀର ସ୍ଥାନୀୟ ବାସିନ୍ଦା ହୁଅନ୍ତୁ କିମ୍ବା ଅନ୍ୟ ରାଇଜରୁ ଆସୁଥିବା ପର୍ଯ୍ୟଟକମାନେ ଦିଲ୍ଲୀ ଛୋଲେ ଭଟୁରେର ସୁଆଦ ବା କିଏ ନ ଚାଖିଥିବ? ଉତ୍ତର-ଭାରତର ବିଭିନ୍ନ ବ୍ୟଞ୍ଜନ ମଧ୍ୟରୁ ‘ଛୋଲେ-ଭଟୁରେ’ ନାମ ସବୁ ସମୟରେ ଶୀର୍ଷରେ ଅଛି। ଦିଲ୍ଲୀର ଯେଉଁ ଗଳି କନ୍ଦିକୁ ଯାନ୍ତୁ କିମ୍ବା ବଡ଼ବଡ଼ ପଞ୍ଚତାରକା ହୋଟେଲକୁ ଯାନ୍ତୁ, ମେନୁରେ ଛୋଲେ-ଭଟୁରେ ନାମ ନିଶ୍ଚୟ ରହିଥିବ। ସ୍ଥାନୀୟ ଲୋକଙ୍କ ପ୍ରିୟ ଛୋଲେ ଦୋକାନ ଭାବେ ଶ୍ରୀ ସୀତାରାମ ଆଣ୍ଡ ଦିୱାନ୍ ଚାନ୍ଦ ଖୁବ୍ ଜଣାଶୁଣା। ୧୯୭୦ରେ ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରେ ପ୍ରଥମେ ଏହାର ଛୋଲେ-ଭଟୁରେ ଦୋକାନ ଖୋଲିଲା। ଦିନ କେଇଟାରେ ଗ୍ରାହକଙ୍କ ଭିଡ଼ ବଢ଼ିବାକୁ ଲାଗିଲା। ଦୋକାନର ଶୁଭାରମ୍ଭ କରିଥିଲେ ଦୁଇ ଭାଇ ସୀତାରାମ ଓ ଦିୱାନ୍ ଚାନ୍ଦ। ସେମାନଙ୍କ ନାମ ଅନୁସାରେ ହିଁ ପରବର୍ତ୍ତୀ ସମୟରେ ସୀତାରାମ ଦିୱାନ୍ ଚାନ୍ଦଙ୍କ ଭଟୁରେ ଦୋକାନ ନାମରେ ଲେକାପ୍ରିୟତା ପାଇଲା। ଦୋକାନକୁ ଏବେ ପରିବାରର ତୃତୀୟ ପିଢ଼ି ଭଲରେ ଚଲାଉଥିବାବେଳେ ଦିନକୁଦିନ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୀର୍ଘ ୫୦ ବର୍ଷ ହେଲାଣି ଗ୍ରାହକଙ୍କୁ ସୁଆଦିଆ ଛୋଲେ-ଭତୁରେ ପରଷି ଆସୁଥିବା ଏଇ ଦୋକାନର ତୃତୀୟ ପିଢ଼ି ଏବେ ଦୋକାନ ଚଲାଉଛନ୍ତି। ଲକ୍-ଡାଉନ୍ ନିୟମ କୋହଳ ପରେ ଏବେ ଏଇ ଦୋକାନ ଗ୍ରାହକଙ୍କୁ ହୋମ-ଡେଲିଭରୀ ସୁବିଧା ଯୋଗାଉଥିବାବେଳେ ଆଗାମୀ ଦିନରେ ଡାଇନ୍-ଇନ୍ ବ୍ୟବସ୍ଥା ଆରମ୍ଭ କରିବ ବୋଲି ପ୍ରକାଶ।

Comments are closed.