ଚକୋଲେଟ ଦୋସା

ଆବଶ୍ୟକ ସାମଗ୍ରୀ
ଦୋସା ପାଇଁ ଆଣ ( ବିରି ଓ ଚାଉଳ ବଟା) – ଆବଶ୍ୟକ ପରିମାଣରେ
ଲୁଣ – ସାମାନ୍ୟ
ବଟର – ଆବଶ୍ୟକ ପରିମାଣରେ
ତରଳିଆ ଚକୋଲେଟ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆଣରେ ସାମାନ୍ୟ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ତାୱା ବସାଇ ସାମାନ୍ୟ ବଟର ଗରମ କରନ୍ତୁ। ବଟର ଗରମ ହେବା ପରେ ତାୱାରେ ଆଣ ପକାଇ ଚକୁଳି ଭଳି ପ୍ରସ୍ତୁତ କରନ୍ତୁ। ଚକୁଳିର ଗୋଟେ ପଟ ହେବା ପରେ ଏହା ଉପରେ ତରଳିଆ ଚକୋଲେଟ ପକାଇ ଚାରି ଆଡ଼େ କରି ଦିଅନ୍ତୁ। ଏହାକୁ ଚାରି କଣିଆ ଭଳି କରି ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାଉପରେ ପୁଣି ଚକୁଳି ଉପରେ ସାମାନ୍ୟ ତରଳିଆ ଚକୋଲେଟ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକୋଲେଟ ଦୋସା।

Comments are closed.