ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେଲା ବିଏସଏଫ କ୍ୟାମ୍ପ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ଆଉ ଏକ ପାଦ ଆଗକୁ ଆଗେଇଛନ୍ତି ବିଏସଏଫ ଯବାନ। ସ୍ୱାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତର ଘନବେଢା ଗ୍ରାମରେ ବିଏସଏଫ ଡିଆଇଜି ସଞ୍ଜୟ ସିଂ, ମାଲକାନଗିରି ଏସପି ପ୍ରହଲ୍ଲାଦ ସାଇ ମୀନା, ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦିୱେଦୀ, ଜୋଡାମ୍ବ ଓଆଇସି ଅଜୟ ପରିଡ଼ାଙ୍କ ଉପସ୍ଥିତିରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଛି।

 

ଚିତ୍ରକୋଣ୍ଡା ଅଞ୍ଚଳରେ ଏହା ହେଉଛି ଅଷ୍ଟମ କ୍ୟାମ୍ପ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଯାହା ପୂର୍ବରୁ ମାଓବାଦୀଙ୍କ ଗଡ଼ ରୂପରେ ପରିଚିତ ଥିଲା, ତାହା ଏବେ ଧୀରେ ଧୀରେ ମାଓ ମୁକ୍ତ ହେବାରେ ଲାଗିଛି। ବିଏସଏଫଙ୍କ ଦ୍ବାରା ଗୋଟିଏ ପରେ ଗୋଟିଏ ସ୍ଥାନୀୟ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ସ୍ଥାପନା କରାଯାଉଛି। ଯାହାଫଳରେ ସ୍ୱାଭିମାନ ଅଞ୍ଚଳରେ ବିକାଶର ଧାରା ଜାରି ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.