ଟିକଟକ’କୁ ଟକ୍କର ଦେଉଛି ଚିଂଗାରୀ, ପ୍ଲେ ଷ୍ଟୋରରେ ୧କୋଟିରୁ ଅଧିକ ଡାଉନଲୋଡ୍

ଭାରତରେ ୫୯ଟି ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ପରଠାରୁ ଟିକଟକ’କୁ ଟକ୍କର ଦେଉଥିବା ଆପରେ ବହୁତ ବୃଦ୍ଧି ଘଟିଛି। ଚିଙ୍ଗାରି ଆପ୍ ମଧ୍ୟ ଟିକଟକ୍ ପରି ଏକ ଭିଡିଓ ସେୟାରିଂ ପ୍ଲାଟଫର୍ମ। ଏବେ ଏହି ଆପ୍ ଏକ ନୂତନ ମାନ୍ୟତା ହାସଲ କରିଛି। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ୧୦ ମିଲିୟନ୍ ଥର ଡାଉନଲୋଡ୍ ହୋଇଛି

ଚିଂଗାରୀ ଆପର ସହ-ବିକାଶକାରୀ ସୁମିତ ଘୋଷ ଏହି ଆପରେ ଭିଡିଓ ପ୍ରଦର୍ଶନ ବିଷୟରେ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏହି ଆପ୍‌ରେ ଏପର୍ଯ୍ୟନ୍ତ ୧୪୮ ନିୟୁତ ଭିଡିଓ ଦେଖାଯାଇଥିବା ବେଳେ ୩.୬ ମିଲିୟନ୍ ଭିଡିଓ ଲାଇକ୍ ହୋଇଛି। ଚିଂଗାରୀ ଆପ୍ ବ୍ୟବହାରକାରୀଙ୍କର ସଂଖ୍ୟା ବର୍ତ୍ତମାନ ୧୦ ମିଲିୟନରୁ ଅଧିକ ରହିଛି। କମ୍ପାନୀ ଚଳିତ ମାସରେ ଏହି ପ୍ଲାଟଫର୍ମରେ ୧୦୦ ନିୟୁତ ଉପଭୋକ୍ତାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି। ମାତ୍ର ୨୨ ଦିନ ମଧ୍ୟରେ ଚିଂଗାରୀ ଆପ ଏହି ସଫଳତା ହାସଲ କରିଛି। ସୂଚନାଯୋଗ୍ୟ ଯେ ଚାଇନିଜ୍ ଆପ୍ ଉପରେ ନିଷେଧାଦେଶର କିଛି ଦିନ ପୂର୍ବରୁ ଚିଂଗାରୀ ଆପ୍ ଲଞ୍ଚ କରାଯାଇଥିଲା, କିନ୍ତୁ ନିଷେଧାଦେଶ ପରେ ଏହି ଆପ୍ ବ୍ୟବହାରକାରୀଙ୍କ ଦ୍ରୁତ ଗତିରେ ବୃଦ୍ଧି ଘଟିଥିଲା।

ଏହି ଆପର ଡ଼େଭେଲପର କହିଛନ୍ତି ଯେ ଏହି ଆପ୍ ପ୍ରତି ଘଣ୍ଟାରେ ୧ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ ହେଉଛି। ଚିଂଗାରୀ ଆପ୍ ମାତ୍ର ୭୨ ଘଣ୍ଟା ମଧ୍ୟରେ ୫ ଲକ୍ଷ ଡାଉନଲୋଡ୍ ପଞ୍ଜିକୃତ ହୋଇଛି। ଚାଇନିଜ୍ ଆପ୍ ଉପରେ ସରକାରଙ୍କ ନିଷେଧାଦେଶକୁ ଡ଼େଭେଲପରମାନେ ପ୍ରଶଂସା କରିବା ସହ ଟିକଟକ୍ ବ୍ୟବହାରକାରୀଙ୍କୁ ଚିଂଗାରୀ ଆପ ବ୍ୟବହାର କରିବାକୁ କହିଥିଲେ।

ଚିଂଗାରୀ ଆପର ସହ-ବିକାଶକାରୀ ସୁମିତ ଘୋଷ କହିଛନ୍ତି, ‘ମୁଁ ନରେନ୍ଦ୍ର ମୋଦୀ ଜୀଙ୍କୁ ଅଭିନନ୍ଦନ ଜଣାଉଛି। ଟିକଟକର ସମସ୍ତ ଉପଭୋକ୍ତାଙ୍କୁ ଚିଂଗାରୀ ଆପ୍ ବ୍ୟବହାର କରିବାକୁ ଆମେ ସ୍ୱାଗତ କରୁଛୁ, ଏହି ଆପ୍ ୧୦୦% ଭାରତୀୟ, ବିଶେଷ ଭାବରେ ଭାରତୀୟଙ୍କ ପାଇଁ ଡିଜାଇନ୍ ହୋଇଛି।’

Comments are closed.