ଅରୁଣାଚଳ ପ୍ରଦେଶର ୫ନିଖୋଜ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କଲା ପିଏଲ୍‍ଏ

ଇଟାନଗର :  ଚୀନ୍‍ ପିପୁଲ୍ସ ଲିବରେସନ୍‍ ଆର୍ମି ଅରୁଣାଚଳ ପ୍ରଦେଶର ୫ଜଣ ନିଖୋଜ ଯୁବକଙ୍କୁ ଶନିବାର ଭାରତୀୟ  ସେନାବାହିନୀକୁ ହସ୍ତାନ୍ତର କରିଛି। ସେହି ଯୁବକମାନଙ୍କ ନିଖୋଜ ବିଷୟରେ ଖବର ପ୍ରଚାରିତ ହେବା ପରେ ସେନାବାହିନୀ ପିଏଲ୍‍ଏ ସହ ଯୋଗାଯୋଗ କରିଥିଲା ଓ ସେମାନଙ୍କୁ ଖୋଜି ଭାରତକୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲା। ନିଖୋଜ
ଯୁବକମାନଙ୍କୁ ଠାବ କରାଯାଇଥିବା ବିଷୟ ୮ତାରିଖରେ ଜଣାପଡ଼ିଥିଲା।
ଆନୁଷ୍ଠାନିକ ଯାଞ୍ଚ ପରେ ୫ ଜଣ ଯାକ ଯୁବକଙ୍କୁ କିବିତୁ ଠାରେ ସେନାବାହିନୀ ଗ୍ରହଣ କରିଛି। ସେମାନଙ୍କୁ ଏବେ ୧୪ଦିନ ପାଇଁ ଆଇସୋଲେସନରେ ରଖାଯିବ ଓ ଏହାପରେ ସେମାନଙ୍କୁ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯିବ।

Comments are closed.