ପାକିସ୍ତାନରେ ଚୀନର ପୂର୍ବ ଦୂତ ଏବେ ଭାରତର ନୂଆ ରାଜଦୂତ ନିଯୁକ୍ତ

ବେଜିଙ୍ଗ: ପାକିସ୍ତାନରେ ପୂର୍ବରୁ କାର୍ଯ୍ୟ କରିଥିବା ଚୀନର ଦୂତ ସୁଁ ୱିଡଙ୍ଗଙ୍କୁ ଭାରତ ପାଇଁ ନୂଆ ରାଜଦୂତ ନିଯୁକ୍ତି ଦେଇଛି ଚୀନ। ତାଙ୍କ ପୂର୍ବ ଅଧିକାରୀ ଲୁଓ ଝୌହୁଇ ଉପ ବିଦେଶ ମନ୍ତ୍ରୀ ପଦକୁ ପଦୋନ୍ନତି ପରେ ୱିଡଙ୍ଗଙ୍କୁ ଏହି ନିଯୁକ୍ତି ମିଳିଛି। ଜଣେ ବର୍ଷିଆନ କୂଟନୀତିଜ୍ଞ ତଥା ଚୀନ ବିଦେଶ ମନ୍ତ୍ରାଳୟର ନୀତି ଏବଂ ଯୋଜନା ମୁଖ୍ୟ ଭାବେ ସେ ପୂର୍ବରୁ ଏସ. ଜୟଶଙ୍କର ଭାରତର ରାଷ୍ଟ୍ରଦୂତ ଥିବାବେଳେ ତାଙ୍କ ସହ କାର୍ଯ୍ୟ କରିଥିଲେ।

ଇତିମଧ୍ୟରେ ଚୀନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି ସୁଁ ୱିଡଙ୍ଗଙ୍କୁ ସାକ୍ଷାତ କରି ତାଙ୍କୁ ନୂତନ ନିଯୁକ୍ତିର ଶୁଭେଚ୍ଛା ଜଣାଇଛନ୍ତି। ଦକ୍ଷିଣ ଏସିଆ ପ୍ରସଙ୍ଗ ବିଶେଷଜ୍ଞ ସୁଁ ୱିଡଙ୍ଗଙ୍କୁ ଟ୍ୱିଟ କରି ମିଶ୍ରି କହିଛନ୍ତି, ଭାରତରେ ନୂତନ ଭାବେ ଅବସ୍ଥାପିତ ହୋଇଥିବା ସୁଁ ୱିଡଙ୍ଗ ଚୀନ ଲୋକଙ୍କ ଆଶା ପୂରଣ କରିବାରେ ସମର୍ଥ ହେବେ।

Comments are closed.