ଖରାପ ମେସିନ୍‌ ଯୋଗୁଁ ଓ୍ୱାଟର ପାର୍କରେ ସୁନାମୀ ପରି ଲହଡି, ୪୪ ଆହତ

ବେଜିଂ .- ଓ୍ୱାଟର ପାର୍କରେ ବିଭିନ୍ନ ପ୍ରକାର ଓ୍ୱାଟର ଥିମର ମଜା ମିଳିଥାଏ । କିଏ ଉଚ୍ଚରୁ ପାଣି ମଧ୍ୟକୁ ଖସି ତ କେତେ ବେଲେ କୃତ୍ରିମ ବର୍ଷା , ସମୁଦ୍ର ଲହଡିର ବି ମଜା ମିଳିଥାଏ । ହେଲେ ବେଳେ ବେଳେ ଏଥିଯୋଗୁଁ କିଛି ଅଘଟଣ ଘଟିଯାଇଥାଏ । ଏପରି ଏକ ଘଟଣା ଚୀନ୍‌ର ଶୁଇୟୁନ ଓ୍ୱାଟର ପାର୍କରେ ଘଟିଛି ।

ଶୁଇୟୁନ ଓ୍ୱାଟର ପାର୍କରେ ଅନେକ ଲୋକ କୃତ୍ରିମ ଲହରର ମଜା ନେଉଥିଲେ । ଏତିକି ବେଳେ ହଠାତ୍‌ ମେସିନ୍‌ଟି ଖରାପ ହୋଇଯାଇଥିଲା । ଏଥିରେ ୧୦ ଫୁଟ୍‌ରୁ ଅଧିକ ଉଚ୍ଚର ଲହରୀ ଉଠିଥିଲା । ଏଠାରେ  ଏଥିରେ ୪୪ ଜଣ ଲୋକ ଆହତ ହୋଇଥିଲେ । ସେଥି ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ବିଭିନ୍ନ ହାଡ ଭାଙ୍ଗିଯିବା ସହ ଶରୀର ବିଭିନ୍ନ ଅଂଶ ଛିଣ୍ଡିଯାଇଛି ।

Comments are closed.