ଆମେରିକାରେ ପ୍ରସ୍ତୁତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢାଇଲା ଚୀନ୍‌

ବେଜିଂ .- ଆମେରିକା ଚୀନ୍‌ରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବା ପରେ , ଚୀନ୍‌ ଆମେରିକାରୁ ଆସୁଥିବା ବିଭିନ୍ନ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛି । ନୂଆ ନିୟମ ଅନୁସାରେ ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ୧୦ରୁ ୨୫ ପ୍ରତିଶତ ଅଧିକ ଆମଦାନୀ ଶୁଳ୍କ ଆଦାୟ କରାଯିବ ।

ଚୀନ୍‌ ଆମଦାନୀ ଶୁଳ୍କ ବୃଦ୍ଧି କରିଥିବା ସାମଗ୍ରୀ ମଧ୍ୟରେ ସୌନ୍ଦର୍ଯ୍ୟ ସାମଗ୍ରୀ, ଖେଳ ସାମଗ୍ରୀ , ବାଦ୍ୟଯନ୍ତ୍ର, ହୀରା, ଓ ଖେଳନା ରହିଛି । ଆମେରିକା ତୁଳନାରେ ଚୀନ୍‌ରେ ତିଆରି ହେଉଥିବା ସାମଗ୍ରୀର ରପ୍ତାନୀ ବୃଦ୍ଧି ପାଇବାରେ ଲାଗିଛି । ବ୍ୟବସାୟିକ ଅସନ୍ତୁଳନ ଲାଗି ରହୁଥିବାରୁ ଟ୍ରମ୍ପ ପ୍ରଶାସନ ଚୀନ୍‌ ଉପରେ ଅଧିକ ଶୁଳ୍କ ଲାଗୁ କରିଥିଲେ ।

କେବଳ ଏହା ନୁହେଁ , ବିଭିନ୍ନ କମ୍ପାନୀମାନଙ୍କୁ ନେଇ ଆମେରିକା ଓ ଚୀନ୍‌ ମଧ୍ୟରେ ବିବାଦ ଲାଗି ପହିଛି । ଆମେରିକାର ଚୀନ୍‌ର କମ୍ପାନୀ ହୁଆଏ ଉପରେ କଟକଣା ଲାଗୁ କରିଛି। ଏହାପରେ ଚୀନ୍‌ ଆମେରିକାର ବିଭିନ୍ନ କମ୍ପାନୀକୁ ଭରସା ଯୋଗ୍ୟ ନୁହନ୍ତି କହିବା ସହ ଏହାର ତାଲିକ ଜାରିକରିଛି।

Comments are closed.