ଭାରତୀୟ ସେନାଙ୍କୁ ଡରି କାନ୍ଦିଲେ ଚୀନ୍ ଯବାନ
ତାଇୱାନର ଗଣମାଧ୍ୟମର ଭିଡିଓ ଭାଇରାଲ

ତାଇପେଇ(ତାଇୱାନ୍): ଭାରତର ପୂର୍ବ ଲାଦାଖ ସୀମାକୁ ଆସୁଥିବା ଚୀନ୍ ସୈନିକମାନେ କାନ୍ଦୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ‘ଆମକୁ ମରଣ ମୁହଁକୁ ପଠାଅ ନାହିଁ ା ଆମେ ଏବେ ଯୁବକ’ ଏହିପରି ଚୀନ୍ ଭାଷାରେ କହି ସେମାନେ କାନ୍ଦୁଥିବା ଦେଖିବାକୁ ମିଳିଛି ା ଏହି ଭିଡିଓ ଚୀନ୍ର ଶତ୍ରୁ ତାଇୱାନର ଗଣମାଧ୍ୟମଗୁଡ଼ିକରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି।
ଲାଦାଖରେ ଭାରତ ଓ ଚୀନ୍ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ା ଆଗକୁ ଶୀତଦିନ ଆସୁଛି। ପୂର୍ବାପେକ୍ଷା ଯଥେଷ୍ଟ ତୁଷାରାପାତ ହୋଇପାରେ ା ଏଭଳି ପରିସ୍ଥିତିରେ ମଧ୍ୟ ଭାରତୀୟ ଯବାନ ସୀମାରୁ ହଟିବେ ନାହିଁ ା ସେମାନଙ୍କ ପାଇଁ ଅତ୍ୟାଧୁନିକ ପୋଷାକ ଓ ଆବଶ୍ୟକ ସରଞ୍ଜାମ ଭାରତୀୟ ସେନା ପଠାଇଛି। ଚୀନ୍ ମଧ୍ୟ ନିଜ ସୈନ୍ୟଙ୍କୁ ଶିତଦିନେ ଲାଦାଖ ସୀମାରେ ନିୟୋଜିତ କରିବ ବୋଲି କହିଛି। ‘ତାଇୱାନ୍ ନ୍ୟୁଜ୍’ ଓ ‘ଲିବର୍ଟି ଟାଇମ୍ସ’ ନାମକ ତାଇୱାନର ଦୁଇ ଗଣମାଧ୍ୟମ ଅନୁଯାୟୀ, ଏକ ବସ୍ରେ ପ୍ରାୟ ୬୦ ଜଣ ଚୀନ୍ ସୈନ୍ୟ ଫୁୟାଙ୍ଗ ରେଳ ଷ୍ଟେସନ ଆସୁଥିଲେ ା ଏହି ଷ୍ଟେସନରୁ ସେମାନେ ଭାରତର ଲାଦାଖ ସୀମା ନିକଟକୁ ଆସୁଥିଲେ ା ତେବେ ବସ୍ରେ ଥିବାବେଳେ ଚୀନ୍ ସୈନ୍ୟମାନେ ଭାରତୀୟ ସୀମାରେ ସେମାନଙ୍କ ପୋଷ୍ଟିଂକୁ ନେଇ କାନ୍ଦୁ ଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। କରୁଣ ସ୍ବରରେ କାନ୍ଦିବା ସହ ସୀମାକୁ ନଯିବା ପାଇଁ ଚୀନ୍ ସରକାରଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି ା ଏମାନେ ସମସ୍ତେ କଲେଜ ଛାତ୍ର ବୋଲି କୁହାଯାଉଛି ା ଚୀନ୍ ସରକାର ଏମାନଙ୍କୁ ବଳ ପ୍ରୟୋଗ ଭାରତୀୟ ସୈନ୍ୟଙ୍କ ସହ ଲଢିବା ପାଇଁ ପଠାଇଛନ୍ତି। ଗତ ଜୁନ୍ ମାସରେ ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ଯବାନ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଚୀନ୍ ସୈନ୍ୟଙ୍କ ବେକ ମୋଡ଼ି ମାରି ଦେଇଥିଲେ ା ଏହି ଭୟ ସେଠାକାର ସୈନ୍ୟ ଓ ଯୁବପୀଢୀଙ୍କୁ ଘାରିଛି ା ଏଥିପାଇଁ ସେମାନେ ଭାରତୀୟ ସୈନିକଙ୍କ ସମ୍ମୁଖକୁ ଯିବାକୁ ଚାହୁଁ ନାହାନ୍ତି ା ଚୀନ୍ର ପୂର୍ବ ପ୍ରାନ୍ତରେ ଥିବା ଅନୁହୁଇ ପ୍ରଦେଶରୁ ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି। ତେବେ ବେଇଜତ ହେବା ଭୟରେ ଚୀନ୍ର କମ୍ୟୁନିଷ୍ଟ ସରକାର ଏହି ଭିଡିଓକୁ ଡିଲିଟ କରି ଦେଇଥିଲେ। ସେତେବେଳକୁ ତାଇୱାନର ସୋସିଆଲ ମିଡିଆଗୁଡ଼ିକରେ ଏହା ଭାଇରାଲ ହୋଇ ଯାଇଥିଲା ା ତାଇୱାନର ଯୁବଗୋଷ୍ଠୀ ସୋସିଆଲ ମିଡିଆରେ ଏହାକୁ ଅଧିକ ଭାଇରାଲ କରିଥିଲେ ା ଏବେ ବିଶ୍ବବାସୀ ଏହି ଭିଡିଓକୁ ଦେଖି ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବାରେ ଲାଗିଛନ୍ତି ା ଏପରିକି ଜାଇଦ୍ ହମିଦ୍ ନାମକ ପାକିସ୍ତାନର ଜଣେ କମେଡିଆନ ଏହି ଭିଡିଓକୁୁ ସେୟାର କରିଛନ୍ତି।