ଗୋଟିଏ ଯାନରେ ଏକାବେଳକେ ୫ ଉପଗ୍ରହ ପଠାଇଲା ଚୀନ୍‍

0

ବେଜିଂ : ଚୀନ୍‍ ସଫଳତାର ସହିତ ମହାକାଶକୁ ଏକକାଳୀନ ୫ଟି କୃତ୍ରିମ ଉପଗ୍ରହ ପ୍ରେରଣ କରିଛି। ସେଥିମଧ୍ୟରେ ସିଆନ୍‍-୬ ସହିତ ଅନ୍ୟ ୪ଟି ଅତି କ୍ଷୁଦ୍ର ଉପଗ୍ରହ ବା ନାନୋ ସାଟେଲାଇଟ୍‍ ରହିଥିବା ପ୍ରକାଶ। ନାନୋ ସାଟେଲାଇଟ୍‍ଗୁଡ଼ିକର ଓଜନ ମାତ୍ର ୧ରୁ ୧୦କିଲୋ। ମଙ୍ଗଳବାର ଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ଅବସ୍ଥିତ ଗାନ୍‍ସୁ ପ୍ରଦେଶରୁ ଗୋଟିଏ ରକେଟ୍‍ରେ ଏହି ଉପଗ୍ରହଗୁଡ଼ିକୁ ପ୍ରେରଣ କରାଯାଇଛି। ଏହା ମାର୍ଚ୍ଚ ରକେଟ ସିରିଜ୍‍ର ୨୯୨ତମ ଅଭିଯାନ ବୋଲି ସରକାରୀ ଭାବେ କୁହାଯାଇଛି। ଏହା ମାଧ୍ୟମରେ ମୁଖ୍ୟତଃ ପରିବେଶ ଓ ପାଣିପାଗ ଉପରେ ନଜର ରଖାଯିବ ବୋଲି ଜଣାପଡ଼ିଛି।

Leave A Reply