କରୋନା ଅପଡେଟ୍ : ଚୀନରେ ମୃତ୍ୟୁସଂଖ୍ୟା ୧ ୪୮୭ରେ ପହଞ୍ଚିଲା

ବେଜିଂ : ଚୀନରେ ୬୩,  ୭୬୭ ଜଣଙ୍କଠାରେ କରୋନା ବା କୋବିଡ଼-୧୯ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିଭଳି ୨୪ଟି ଦେଶର ୫୦୫ ଜଣଙ୍କଠାରେ ଏହି ଭୂତାଣୁ ରହିଥିବା ସୂଚନା ମିଳିଛି। ଇତିମଧ୍ୟରେ ଚୀନରେ ମୃତ୍ୟୁସଂଖ୍ୟା ୧, ୪୮୭ରେ ପହଞ୍ଚିଥିବାବେଳେ ଅନ୍ୟ ଦେଶର ୨ ଜଣ ନାଗରିକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜାପାନ୍‍ ଓ ଫିଲିପାଇନ୍‍ସରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ।

ଚୀନରେ ୧୭୦୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ଭୂତାଣୁ ସଂକ୍ରମଣରେ ଆସିଥିବା ସ୍ପଷ୍ଟ ହୋଇଛି। ସେହିପରି ଜାପାନରେ ୪୪ଟି ନୂଆ ସଂକ୍ରମଣ ସହିତ ମୋଟ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟା ୨୧୮ରେ ପହଞ୍ଚିଛି।

Comments are closed.