ଆସନ୍ତା ସପ୍ତାହରେ ଭାରତ ଆସିବେ ଜିନପିଙ୍ଗ୍‌

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଆସନ୍ତା ସପ୍ତାହରେ ଭାରତ ଆସିବେ। ଏହି ଅବସରରେ ସେ ଚେନ୍ନାଇ ନିକଟ ମହାବଲୀପୁରମ ଗସ୍ତ କରିବେ ଏବଂ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନୌପଚାରିକ ବୈଠକରେ ସାମିଲ ହେବେ। ଦୁଇ ନେତାଙ୍କ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାକୁ ସ୍ଥିର ରଖିବା ଏବଂ ବ୍ୟାପାର ସମ୍ପର୍କରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ପରବର୍ତ୍ତୀ ପର୍ଯ୍ୟାୟ ଯୋଜନା ପ୍ରସ୍ତୁତ କରିବା ଏବଂ ବାଣିଜ୍ୟରେ କ୍ଷତି ହ୍ରାସ କରିବା ଲାଗି ଚୀନକୁ ଅଧିକ ଭାରତୀୟ ଉତ୍ପାଦ ଆମଦାନି କରିବା ଉପରେ ମଧ୍ୟ ଆଲୋଚନା ହୋଇପାରେ। ଏହାବ୍ୟତୀତ ବାଂଲାଦେଶ-ଚୀନ-ଭାରତ-ମ୍ୟାନମାର କରିଡରର ବିକାଶ ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ। ସେହିପରି ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ ହୋଇଥିବାରୁ ଏହା ଦ୍ବାରା ବାସ୍ତବିକ ନିୟନ୍ତ୍ରଣ ରେଖା ପ୍ରଭାବିତ ହେବ ନାହିଁ ବୋଲି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଜିନପିଙ୍ଗଙ୍କୁ ବୁଝାଇବେ।

Comments are closed.