ସେନା ହେଲିକପ୍ଟର ଦୁର୍ଘଟଣାକୁ ଚୀନର ତାଚ୍ଛଲ୍ୟ

ବେଜିଂ: ଦୁର୍ଘଟଣାରେ ଭାରତର ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ଘଟଣାରେ ବିଶ୍ବର ବିଭିନ୍ନ ରାଷ୍ଟ୍ର ଶୋକବ୍ୟକ୍ତ କରୁଥିବାବେଳେ ଚୀନ୍ କୁତ୍ସିତ ପ୍ରତିକ୍ରିୟା ପ୍ରକାଶ କରିଛି। ଶ୍ରୀଲଙ୍କା, ପାକିସ୍ତାନ, ଆମେରିକା, ରୁଷିଆ ଆଦି ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିବା ବେଳେ ଚୀନ କୌଣସି ଔପଚାରିକ ଶୋକ ପ୍ରକାଶ କରି ନାହିଁ।

ଚୀନର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ରେ ଏହି ଦୁର୍ଘଟଣାକୁ ନେଇ ତାଚ୍ଛଲ୍ୟ କରାଯାଇଛି। ଏଥିରେ ଲେଖାଯାଇଛି ଯେ ଏହି ଦୁର୍ଘଟଣା ଭାରତୀୟ ସେନାର ଦୁର୍ବଳତାକୁ ପ୍ରମାଣିତ କରିଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଏମଆଇ-୧୭ ଭି-୫ ଅତ୍ୟାଧୁନିକ। ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହେବା ବିଶ୍ବାସଯୋଗ୍ୟ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ମାନବୀୟ ତ୍ରୁଟି କାରଣରୁ ଘଟିଛି। ଭାରତୀୟ ବାୟୁସେନାେର ବୈମାନିକଙ୍କୁ ତାଲିମ କ୍ଷେତ୍ରରେ ଦୁର୍ବଳତା ରହିଥିବା ମନେ ହେଉଛି। ବୈମାନିକମାନେ ଠିକ୍ ଭାବେ ହେଲିକପ୍ଟର ଉଡ଼ାଇବା ଶିଖି ନାହାନ୍ତି। ପୁନଶ୍ଚ ସେନାର ଖାମଖିଆଲି ମନୋଭାବ, ଅଭିଜ୍ଞତାର ଅଭାବ ଏବଂ ନିୟମିତ ରକ୍ଷଣାବେକ୍ଷଣ ଅଭାବ ଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

Comments are closed.