ଡାକ୍ତର ଲି. ୱେନ୍‍ଲିଆଙ୍ଗ୍‍ଙ୍କ ସମେତ କରୋନା ସଂକ୍ରମିତ ମୃତକଙ୍କ ପ୍ରତି ଚୀନରେ ଜାତୀୟ ଶୋକ

ବେଜିଂ : କରୋନା ଭୂତାଣୁ ସମ୍ପର୍କରେ ପ୍ରଥମେ ଚେତାବନୀ ଦେଇଥିବା ଓ ପରେ ଏଥିରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଚୀନ୍‍ର ଡାକ୍ତର ଲି ୱେନ୍‍ଲିଆଙ୍ଗ୍‍ଙ୍କ ସମେତ ସେଠାକାର ୩ ହଜାର ୩୦୦ ମୃତକଙ୍କ ପ୍ରତି ଶୋକ ବ୍ୟକ୍ତ କରି ଶନିବାର ଚୀନ୍‍ ୩ ମିନିଟ୍‍ ପାଇଁ ନିରବ ପ୍ରାର୍ଥନା କରିଛି। ରାଷ୍ଟ୍ରପତି ଷି. ଜିନ୍‍ପିଙ୍ଗ୍‍ଙ୍କ ଆହ୍ୱାନକ୍ରମେ ଶନିବାର କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ଜାତୀୟ ଶୋକ ପାଳନ କରାଯାଇଛି । ରାଷ୍ଟ୍ରପତି ଜିନ୍‍ପିଙ୍ଗ୍‍ଙ୍କ ସମେତ ଚୀନ୍‍ର ବରିଷ୍ଠ ନେତୃବୃନ୍ଦ ଏହି ଜାତୀୟ ଶୋକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଇତିମଧ୍ୟରେ ହୁବେଇ ପ୍ରଦେଶରେ ଶୁକ୍ରବାର କରୋନା ସଂକ୍ରମଣରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ କୋଭିଡ଼-୧୯ ପଜିଟଭ୍‍ ହୋଇଥିବା ଜଣାପଡ଼ିଛି । ଏହି ଅଞ୍ଚଳରେ ଧୀରେ ଧୀରେ ଅବସ୍ଥା ସୁଧୁରୁଥିଲାବେଳେ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି।

Comments are closed.