ପିଓକେ ଓ ଅରୁଣାଚଳକୁ ଭାରତର ଅଂଶ ଦେଖାଇଲା ଚୀନ୍‌, ପରେ ପଟ ପରିବର୍ତ୍ତନ କଲା

ନୂଆଦିଲ୍ଲୀ .-  ଓ୍ୱାନ ବେଲ୍ଟ ଓ୍ୱାନ ରୋଡ ପରିଯୋଜନାକୁ ନେଇ ଚୀନ ଆୟୋଜନ କରିଥିବା  ବୈଠକ ଶନିବାରରେ ଶେଷ ହୋଇଯାଇଛି । ଶୁକ୍ରବାରରେ ଏହି ବୈଠକରେ ଚୀନ୍‌ , ଭାରତର ମାନଚିତ୍ର  ପ୍ରଦର୍ଶୀତ କରିଥିଲା । ଏଥିରେ  ଆଶ୍ଚର୍ଯ୍ୟଜନକ ଭାବେ ଅରୁଣାଚଳ ପ୍ରଦେଶ ଓ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ଭାରତର ଅଂଶ ଭାବେ ପ୍ରଦର୍ଶୀତ କରାଯାଇଥିଲା । ଚୀନ ଦୀର୍ଘ ବର୍ଷ ଧରି ଅରୁଣାଚଳ ପ୍ରଦେଶକୁ ନିଜର ଅଂଶ ବୋଲି କହି ଆସୁଅଛି ।

ପରେ   ଏହି ମାନଚିତ୍ରକୁ ପରିବର୍ତ୍ତନ କରି ଅରୁଣାଚଳ ପ୍ରଦେଶ ଓ ପିଓକେକୁ ହଟାଇ ଦିଆଯାଇଥିଲା । ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ  ପ୍ରଦର୍ଶୀତ କରାଯାଇଥିବା ଅନେକ ମାନଚିତ୍ରକୁ ଚୀନ୍‌ ପକ୍ଷରୁ ନଷ୍ଟ କରାଯାଇଛି ।

ଓ୍ୱାନ ବେଲ୍ଟ ଓ୍ୱାନ ରୋଡ ପ୍ରକଳ୍ପରେ ୩୭ଟି ଦେଶର ପ୍ରତିନିଧି ସାମିଲ ହୋଇଥିଲେ । ପୂର୍ବଥର ପରି ଚଳିତ ଥର ଭାରତ ଏହି ବୈଠକକୁ ବର୍ଜନ କରିଛି ।  ଏହି ପ୍ରକଳ୍ପରେ ଚୀନ୍‌ , ପାକିସ୍ତାରେ ବନ୍ଦର ସହ ରାସ୍ତା  ନିର୍ମାଣ କରୁଛି । ଏହା ବିବାଦୀୟ ପିଓକ ମଧ୍ୟ ଦେଇ ଯାଇଛି । ଭାରତ ଏହାର ବିରୋଧ କରି ଆସୁଛି ।

Comments are closed.