ମ୍ୟାଁମାର ସୀମାରେ ତାରବାଡ଼ ଲଗାଉଛି ଚୀନ୍‌

ନୂଆଦିଲ୍ଲୀ : ମ୍ୟାଁମାର୍‌ର ଦକ୍ଷିଣ ସୀମାନ୍ତରେ ଚୀନ୍‌ ୨୦୦୦ କିଲୋମିଟର ଦୀର୍ଘ କଣ୍ଟା ତାରବାଡ଼ ନିର୍ମାଣ କରୁଛି। ଦେଶର ଦକ୍ଷିଣ-ପଶ୍ଚିମ ପ୍ରଦେଶ ୟୁନାନ୍‌ରେ ତିଆରି ହେଉଥିବା ଏହି କଣ୍ଟା ତାର ପ୍ରାଚୀରର ଉଚ୍ଚତା ପ୍ରାୟ ୯ ମିଟର। ମ୍ୟାଁମାର ସେନା ଏହାକୁ ବିରୋଧ କରୁଥିଲେ ମଧ୍ୟ ଚୀନ୍‌ ଏଥିପ୍ରତି ଧ୍ୟାନ ଦେଉ ନାହିଁ। ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏଥିନେଇ ଚିନ୍ତା ପ୍ରକଟ କରିଛି। ଚୀନ୍‌ ସରକାରୀ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ମ୍ୟାଁମାର୍‌ରୁ ଅନୁପ୍ରବେଶ ବନ୍ଦ ଉଦ୍ଦେଶ୍ୟରେ ତାରବାଡ଼ ନିର୍ମାଣ କରାଯାଉଛି; ତେବେ ଚୀନ୍‌ରୁ ଖସି ପଳାଉଥିବା ସରକାର ବିରୋଧୀଙ୍କୁ ରୋକିବା ପାଇଁ ପ୍ରାଚୀର ନିର୍ମାଣ ହେଉଥିବା ଅନ୍ୟ ସୂତ୍ରରୁ ପ୍ରକାଶ।

Comments are closed.