ମଙ୍ଗଳରେ ଅବତରଣ କଲା ଚୀନ୍‌ର ‘ଜୁରୋଙ୍ଗ୍‌’

ବେଜିଂ: ଚୀନର ମଙ୍ଗଳ ଅଭିଯାନ ସଫଳ ହୋଇଛି। ମଙ୍ଗଳ ଗ୍ରହ ପୃଷ୍ଠରେ ଚୀନ୍‌ର ମହାକାଶଯାନ ରୋଭର ‘ଜୁରୋଙ୍ଗ’ ଅବତରଣ କରିଛି। ଏଥିପାଇଁ ଏହା ଦୀର୍ଘ ୭ ମାସର ଯାତ୍ରା, ତିନି ମାସ ଧରି କକ୍ଷପଥରେ ପରିକ୍ରମଣ ଓ ଅନ୍ତିମ ୭ ମିନିଟର କଠିନ ସମୟ ଅତିକ୍ରମ କରିଛି। ‘ଚାଇନା ନ୍ୟାସ୍‌ନାଲ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି।

ଏହା ମାଧ୍ୟମରେ ଚୀନ ମଙ୍ଗଳ ଗ୍ରହ ବିଷୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ଯୋଜନା​‌ ରଖିଛି। ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌, ଭାରତ ଏ କ୍ଷେତ୍ରରେ ସଫଳ ହୋଇଛନ୍ତି। ନିକଟରେ ନାସା ମଙ୍ଗଳରେ ହେଲିକ୍ପଟର ଉଡ଼ାଇବା ସହ ଅମ୍ଳଜାନ ଉତ୍ପାଦନ କରି ଇତିହାସ ରଚିଛି।

Comments are closed.