ଚାଇନାକୁ ପୁଣି ଝଟକା, ରଙ୍ଗୀନ ଟିଭି ଆମଦାନୀ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ବିଭିନ୍ନ ଆପ ଉପରେ କଟକଣା ଲଗାଇ ଚାଇନାକୁ ବଡ ଝଟକା ଦେବାପରେ ଏବେ ସେଠାରୁ ରଙ୍ଗୀନ ଟିଭି ଆମଦାନୀ ଉପରେ କଟକଣା ଲଗାଇଛନ୍ତି ସରକାର। ଘରୋଇ ଭାବେ ଦେଶରେ ଉତ୍ପାଦନ ବୃଦ୍ଧି କରିବା ଏବଂ ଚାଇନାରୁ ଆମଦାନୀ ବଢାଇବା ପାଇଁ ସରକାର ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏ ନେଇ ଅଧିସୂଚନା ଜାରି କରାଯାଇଛି।

ଚାଇନାରୁ ଆମଦାନୀ କମାଇବା ପାଇଁ ସରକାର ରଙ୍ଗୀନ ଟିଭି ନୀତିରେ ପରିବର୍ତ୍ତନ ଆଣିଛନ୍ତି। ଅନ୍ୟ ପକ୍ଷରେ ସରକାର ଚାଇନାରୁ ରଙ୍ଗୀନ ଟିଭି ଆମଦାନୀକୁ ସରକାର ମୁକ୍ତରୁ ପ୍ରତିବନ୍ଧିତ ଶ୍ରେଣୀରେ ରଖିଛନ୍ତି। ସୂଚନାଯୋଗ୍ୟ, ସରକାର ପ୍ରଥମେ ଚାଇନାର ୫୯ ଆପ ଉପରେ ନିଷେଧାଦେଶ ଲାଗୁ କରିବା ପରେ ନିକଟରେ ଏହି ଆପଗୁଡିକର କ୍ଲୋନ କୁହାଯାଉଥିବା ଆଉ ୪୭ ଆପଗୁଡିକର ବ୍ୟବହାରକୁ ମଧ୍ୟ ନିଷେଧ କରାଯାଇଛି।

Comments are closed.