୫୦୦ ବର୍ଷ ପୂର୍ବେ ଚୀନ୍ ତିଆରି କରିଥିଲା ବ୍ରଶ୍, ପଶୁ କେଶରେ ତିଆରି ହୋଇଥିଲା ପ୍ରଥମ ଟୁଥ୍ ବ୍ରଶ୍

ନୂଆଦିଲ୍ଲୀ : ଦାନ୍ତ ସଫାକୁ ନେଇ ବିଶ୍ୱ ବହୁତ ସଚେତନ। ଲୋକମାନେ ସକାଳୁ ଉଠିବା ମାତ୍ରେ ପ୍ରଥମେ ଦାନ୍ତ ଘଷିବାକୁ ପସନ୍ଦ କରନ୍ତି। ଏବେ ବଜାରରେ ଇଲେକ୍ଟ୍ରିକ୍ ଟୁଥ୍ ବ୍ରଶ୍ ମିଳୁଛି। କିନ୍ତୁ ଆପଣ ଜାଣନ୍ତି କି, ବ୍ରଶ କିପରି ଏବଂ କେଉଁଠାରୁ ଆରମ୍ଭ ହୋଇଥିଲା?

୫୦୦ ବର୍ଷ ପୂର୍ବେ ଚାଇନାରୁ ହିଁ ବ୍ରଶ୍ ବ୍ୟବହାର ଆରମ୍ଭ ହୋଇଥିଲା। ପ୍ରଥମେ ଲୋକମାନେ ଦାନ୍ତ ସଫା କରିବା ପାଇଁ ଚୱାନ ବୃକ୍ଷର କାଠକୁ ବ୍ୟବହାର କରୁଥିଲେ। ପ୍ରାଚୀନ ବାବିଲୋନିଆରେ ପ୍ରାୟ ୩୦୦୦–୩୫୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହାର ବ୍ୟବହାର ହେଉଥିଲା। ମିଶର ସଭ୍ୟତାରେ ଏହି ଚୱାନ କାଠକୁ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରାଯାଉଥିଲା।

ପ୍ରାଚୀନ ଚାଇନିଜ୍ ଲେଖାରେ ଦର୍ଶାଯାଇଛି ଯେ, ଖ୍ରୀଷ୍ଟପୂର୍ବ ପ୍ରାୟ ୧୬୦୦ରେ ଲୋକେ ଦାନ୍ତ ସଫା କରିବା ପାଇଁ ସୁଗନ୍ଧିତ ଗଛର ଡାଳ ବ୍ୟବହାର କରୁଥିଲେ। ଭାରତରେ ମଧ୍ୟ ପ୍ରାଚୀନ କାଳରେ ନିମ୍ ଗଛର ଡାଳକୁ ଟୁଥ୍ ବ୍ରଶ୍ ଭାବରେ ବ୍ୟବହାର କରାଯାଉଥିଲା।

୧୨୨୩ରେ ଚାଇନିଜ ଭାଷାରେ ଏକ ଲେଖାରେ ଦର୍ଶାଯାଇଛି ଯେ, ଭିକ୍ଷୁକମାନେ ଦାନ୍ତ ସଫା କରିବା ପାଇଁ ଘୋଡା-ଲାଞ୍ଜ କେଶରେ ନିର୍ମିତ ବ୍ରଶ୍ ବ୍ୟବହାର କରିଥିଲେ। ୧୪୯୮ ଜୁନ୍ ୨୬ରେ ଚାଇନାର ରାଜା ଟୁଥ୍ ବ୍ରଶକୁ ପ୍ୟାଟେଣ୍ଟ୍ କରିଥିଲେ। ସେବେଠାରୁ ହିଁ ଇତିହାସରେ ବ୍ରଶ ସାମିଲ ହୋଇଥିଲା।

ପ୍ରଥମ ଟୁଥ୍ ବ୍ରଶ୍ ପଶୁ କେଶରେ ତିଆରି ହୋଇଥିଲା, ଯାହା ହାଡ କିମ୍ବା ବାଉଁଶ ଖଣ୍ଡରେ ଲାଗିଥିଲା। ୧୯୩୮ ମସିହାରେ ପଶୁ କେଶ ବଦଳରେ ନାଇଲନ୍ ବ୍ରଷ୍ଟଲ୍ ବ୍ୟବହାର କରାଯାଇଥିଲା। ୧୯୩୯ରେ ସ୍ୱିସ୍ ଇଲେକ୍ଟ୍ରିକ୍ ଟୁଥ୍ ବ୍ରଶ୍ ଆସିଥିଲା।​

୧୯୫୦ ଦଶକ ସୁଦ୍ଧା ଟୁଥ୍ ବ୍ରଶ୍ ଏବେ ବ୍ୟବହୃତ ହେଉଥିବା ବ୍ରଶ ଭଳି ରୂପ ନେଇଥିଲା। ଅଧିକ ବୈଷୟିକ ଜ୍ଞାନକୌଶଳ ଟୁଥ୍ ବ୍ରଶକୁ ଆହୁରି ଅଧିକ ବିକାଶ କରିବାର ସମ୍ଭବ ହେଲା। ୧୯୬୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଇଲେକ୍ଟ୍ରିକ୍ ଟୁଥ୍ ବ୍ରଶ୍ ଆରମ୍ଭ କରିଥିଲା।

Comments are closed.