ଚୀନ୍‍ ମହାକାଶକୁ ପଠାଇଲା ପ୍ରଥମ ଯୋଗାଯୋଗ ଉପଗ୍ରହ

0

ବେଜିଂ : ଚୀନ୍‍ ତା’ର ପ୍ରଥମ ଯୋଗାଯୋଗ ଉପଗ୍ରହ ମହାକାଶକୁ ପଠାଇଛି। ଗୁଗୁଲ୍‍ ଏବଂ ଅନ୍ୟାନ୍ୟ ଅନ୍ତରାଷ୍ଟ୍ରୀୟ କମ୍ପାନୀ ସହିତ ସିଧାସଳଖ ପ୍ରତିଦ୍ୱନ୍ଦିତା ବୃଦ୍ଧି କରିବା ପାଇଁ ଶନିବାର ଚୀନ ପକ୍ଷରୁ ଏହି ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯାଇଛି । ଅନ୍ତର୍ଜାତୀୟ ସ୍ତରରେ ବ୍ରଡ୍‍ବ୍ୟାଣ୍ଡ ଇଣ୍‍ଟରନେଟ ସେବା ଯୋଗାଇବାରେ ଏହି ଉପଗ୍ରହ ସାହାଯ୍ୟ କରିବ। ଉତ୍ତର ପଶ୍ଚିମ ଚୀନରେ ଅବସ୍ଥିତ ହୋଙ୍ଗ୍ୟୁୟୁନ୍‍ ପ୍ରକଳ୍ପର ଏହା ପ୍ରଥମ ଉପଗ୍ରହ। ଚୀନ୍‍ର ଏରୋସ୍ପେସ୍‍ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି। ସୂଚନାଯୋଗ୍ୟ ହୋଙ୍ଗ୍ୟୁୟୁନ୍‍ ପ୍ରକଳ୍ପ ୨୦୧୬ରେ ଆରମ୍ଭ ହୋଇଥିଲା।

Leave A Reply